ସିମଲା: ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ଡଲହୌଜିରେ 5 ବର୍ଷପରେ ଅକ୍ଟୋବର ମାସରେ ତୁଷାରପାତ ହୋଇଛି । ଏହାଦ୍ବାରା ଯେଉଁଆଡେ ଆଖି ବୁଲାଇବେ ଲାଗିବ ଯେମିତି ଧଳା ଚାଦରରେ ଆଚ୍ଛାଦିତ ହୋଇଛି ଧରଣୀ ରାଣୀ । ବୁଧବାର ରାଜ୍ୟର ମଧ୍ୟ ଭାଗରେ ବର୍ଷା କାରଣରୁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି । ଡଲହୌଜିରେ ଲକ୍କଡମଣ୍ଡିରେ 2 ରୁ 3 ଇଞ୍ଚ ପର୍ଯ୍ୟନ୍ତ ତାଜା ବରଫ ବର୍ଷା ହୋଇଛି । ଏହାଦେଖି ପର୍ଯ୍ୟଟକଙ୍କ ଖୁସି ଦ୍ବିଗୁଣିତ ହେବାସହ ସମସ୍ତ ପର୍ଯ୍ୟଟକ ଏହାର ମଜା ଉଠାଉଛନ୍ତି । ଆଉ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ବର୍ଗର ଭ୍ରମ ସୃଷ୍ଟି କରୁଥିବା ପର୍ଯ୍ୟଟକମାନେ କହିଛନ୍ତି ।
ଶିମଲା, କୁଲ୍ଲୁ, ମଣ୍ଡି, ଲାହୌଲ-ସ୍ପିତ, କାଙ୍ଗଡା ବ୍ୟତୀତ ପର୍ବତର ଉପରି ଭାଗ ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଛି । ଏହା ଦ୍ବାରା ବୈଜନାଥ ଅଞ୍ଚଳରେ ଅନେକ ଫସଲ ନଷ୍ଟ ହୋଇଛି । ରାଜ୍ୟରେ ଅକ୍ଟୋବର 10 ପରଠାରୁ ପାଗ ସଫା ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।