ନୂଆଦିଲ୍ଲୀ: ପୁଣି ଫେରିଲେ ପଙ୍ଗପାଳ ଦଳ । ସାରାବିଶ୍ବରେ ମହାମାରୀ କୋରୋନା ତାଣ୍ଡବ ରଚୁଥିବା ବେଳେ ଏବେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଚାଷୀଙ୍କୁ ପୁଣି ପଙ୍ଗପାଳ ଚିନ୍ତା । ମହାରାଷ୍ଟ୍ରର ନାଗପୁର ଏବଂ ଉତ୍ତରପ୍ରଦେଶର ପ୍ରୟାଗରାଜ ଚାଷ ଜମିରେ ବହୁ ସଂଖ୍ୟାରେ ପଙ୍ଗପାଳ ପ୍ରବେଶ କରିଛନ୍ତି । ଏପରିକି ସବୁଠାରୁ ଅଧିକ ପ୍ରଭାବିତ ରାଜସ୍ଥାନ ଫସଲ କ୍ଷୟକ୍ଷତିର ତଦାରଖ କରିବା ପାଇଁ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ପଙ୍ଗପାଳ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ଜିଲ୍ଲାରେ କୃଷି ଅଧିକାରୀଙ୍କୁ ପଠାଇବାକୁ ନିଷ୍ପତ୍ତି ହୋଇଛି ।
ଏପଟେ ୟୁପି ପ୍ରୟାଗରାଜ ଅଞ୍ଚଳର କୋରାନ୍ ଏବଂ ମେଜା ବ୍ଲକର ଏକ ଗାଁରେ ଏହି କୀଟପଲ ପ୍ରବେଶ କରିଛନ୍ତି । ତେଣୁ ସେମାନଙ୍କୁ ଘଉଡାଇବା ପାଇଁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ ବୋଲି କରଚାଣାର ଏସଡିଏମ ଆକାଂକ୍ଷା ରଣା କହିଛନ୍ତି ।