ETV Bharat / bharat

ରାମ ମନ୍ଦିର ନାଁରେ ଠକେଇ, ଜଣେ ଗିରଫ

author img

By

Published : Sep 5, 2020, 5:45 PM IST

ବିଶ୍ବ ହିନ୍ଦୁ ପରିଷଦ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଉତ୍ତର ପ୍ରଦେଶର ମେରଟ ଜିଲ୍ଲା ପୋଲିସ ରାମ ମନ୍ଦିର ନିର୍ମାଣ ନାମରେ କରାଯାଇଥିବା ଠକେଇର ପର୍ଦ୍ଦାଫାସ କରିଛି। ପୋଲିସ ଏହି ଘଟଣାରେ ଜଣେ ନକଲି ଏନଜିଓ ଅପରେଟରଙ୍କୁ ଗିରଫ କରି ତା ବିରୋଧରେ ମାମଲା ରୁଜୁ କରିଛି ।

ରାମ ମନ୍ଦିର ନାମରେ ଠକେଇ
ରାମ ମନ୍ଦିର ନାମରେ ଠକେଇ

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଶ୍ରୀ ରାମଜନ୍ମଭୂମି ତୀର୍ଥ ଟ୍ରଷ୍ଟ ମନ୍ଦିର ନିର୍ମାଣର ସମସ୍ତ ଦାୟିତ୍ବ ସମ୍ଭାଳୁଛି । କୋଟି କୋଟି ରାମ ଭକ୍ତ ମନ୍ଦିର ନିର୍ମାଣରେ ଯୋଗଦାନ ଦେବାକୁ ଚାହୁଁଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଦାନ ଗ୍ରହଣ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଇତି ମଧ୍ୟରେ କିଛି ଲୋକ ଭବ୍ୟ ମନ୍ଦର ଏବଂ ଟ୍ରଷ୍ଟ ନାମରେ ଲୋକଙ୍କୁ ଠକୁଥିବା ଜଣାପଡିଛି ।

ବିଶ୍ବ ହିନ୍ଦୁ ପରିଷଦ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଉତ୍ତର ପ୍ରଦେଶର ମେରଟ ଜିଲ୍ଲା ପୋଲିସ ରାମ ମନ୍ଦିର ନିର୍ମାଣ ନାମରେ କରାଯାଇଥିବା ଠକେଇର ପର୍ଦ୍ଦାଫାସ କରିଛି। ପୋଲିସ ଏହି ଘଟଣାରେ ଜଣେ ନକଲି ଏନଜିଓ ଅପରେଟରଙ୍କୁ ଗିରଫ କରି ତା ବିରୋଧରେ ମାମଲା ରୁଜୁ କରିଛି ।

ମୁଜାଫରନଗରର କୁଶାଭାଲୀ ଗାଁର ନରେନ୍ଦ୍ର ରାଣା ଏହି ମାମଲାରେ ସମ୍ପୃକ୍ତ ଥିବା ପୋଲିସ ପକ୍ଷରୁ ଜଣାପଡିଛି । କିଛି ଦିନ ପୂର୍ବରୁ ନରେନ୍ଦ୍ର ଶ୍ରୀ ରାମଜନ୍ମଭୂମି ତୀର୍ଥ ଟ୍ରଷ୍ଟର ବୋର୍ଡ ନିଜ ଘର ବାହାରେ ରଖିଥିଲେ । ନିଜକୁ ଭିଏଚପି ନେତା ବୋଲି କହି ଆଞ୍ଚଳିକ ବାସିନ୍ଦାଙ୍କଠାରୁ ଦାନ ଗ୍ରହଣ କରିବା ଆରମ୍ଭ କରିଥିଲେ। ନରେନ୍ଦ୍ର ରାଣା ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ନାମରେ ସ୍ଥାନୀୟ ଲୋକଙ୍କଠାରୁ ଦାନ ନେଉଥିଲେ।

ତେବେ ଏନେଇ ଜାଣିବା ପରେ ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଅନୁସନ୍ଧାନ କରିବା ପରେ ଅଭିଯୁକ୍ତ ନରେନ୍ଦ୍ର ରାଣାକୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.