ETV Bharat / bharat

ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ, 500ରୁ ଉର୍ଦ୍ଧ୍ବ ବିମାନ ଉଡାଣ ଭରିବ

author img

By

Published : Jul 4, 2020, 2:09 PM IST

କୋରୋନା ମହାମାରୀ ପରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ତାର ଚତୁର୍ଥ ପର୍ଯ୍ୟାୟ ଉଡ଼ାଣ ଆରମ୍ଭ କରିଛି । ଚତୁର୍ଥ ପର୍ଯ୍ୟାୟରେ 500 ରୁ ଅଧିକ ବିମାନ ଚଳାଚଳ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି । ଅଧିକ ପଢନ୍ତୁ...

ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ, 500 ରୁ ଉର୍ଦ୍ଧ୍ବ ବିମାନ ଉଡାଣ ଭରିବ

ନୂଆଦିଲ୍ଲୀ: କୋରୋନା ମହାମାରୀ ପରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ତାର ଚତୁର୍ଥ ପର୍ଯ୍ୟାୟ ଉଡ଼ାଣ ଆରମ୍ଭ କରିଛି । ବନ୍ଦେ ଭାରତ ମିଶନ ଅଧୀନର ଚତୁର୍ଥ ପର୍ଯ୍ୟାୟରେ 500ରୁ ଅଧିକ ବିମାନ ଚଳାଚଳ କରିବ। ଏଥିରେ ଉଭୟ ଏୟାର ଇଣ୍ଡିଆ ଏବଂ ବେସରକାରୀ ବିମାନ ଚଳାଚଳ କମ୍ପାନୀ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ 4.75 ଲକ୍ଷରୁ ଅଧିକ ଲୋକଙ୍କୁ ବନ୍ଦେ ଭାରତ ମିଶନ ମାଧ୍ୟମରେ ଦେଶକୁ ଫେରାଇ ନିଆଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

ଅନୁରାଗ ଶ୍ରୀବାସ୍ତବ ଆହୁରି ମଧ୍ୟ କହିଛନ୍ତି ଯେ, ଜୁଲାଇ 1 ସୁଦ୍ଧା ଦେଶକୁ ଫେରିବାକୁ ଇଚ୍ଛା କରୁଥିବା ମୋଟ 5,83,109 ଭାରତୀୟ ବିଦେଶରେ ଥିବା ଆମ ଦୂତାବାସରେ ପଞ୍ଜୀକୃତ ହୋଇଥିଲେ, ଯେଉଁଥିରୁ 4,75,000 ରୁ ଅଧିକ ଲୋକଙ୍କୁ ଏହି ଅଭିଯାନ ଅଧୀନରେ ଫେରାଇ ନିଆଯାଇଛି। ଆଉ ସେଥିମଧ୍ୟରୁ ପ୍ରାୟ 90,000 ଭାରତୀୟଙ୍କୁ ନେପାଳ, ଭୁଟାନ ଏବଂ ବାଂଲାଦେଶରୁ ଭୂମି ସୀମା ଇମିଗ୍ରେସନ ଯାଞ୍ଚ ପୋଷ୍ଟ ମାଧ୍ୟମରେ ଫେରାଇ ନିଆଯାଇଛି।

ଅଭିଯାନର ପ୍ରଥମ ପର୍ଯ୍ୟାୟ ମେ 7 ରୁ ମେ 15 ପର୍ଯ୍ୟନ୍ତ ଚାଲିଥିବା ବେଳେ ମିଶନ ଅଧୀନରେ ଦ୍ୱିତୀୟ ପର୍ଯ୍ୟାୟ 17 ରୁ 22 ମେ ପର୍ଯ୍ୟନ୍ତ ଚାଲିଥିଲା ​​। ତେବେ ପରେ ସରକାର ଏହି ପର୍ଯ୍ୟାୟକୁ ଜୁନ୍ 10 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତୃତୀୟ ପର୍ଯ୍ୟାୟ 11 ଜୁନ୍ ରୁ 2 ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା ​​।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.