ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ ତିନି ହଜାର ପାଞ୍ଚ ଶହ ଟଙ୍କା ଦାନ କଲେ ଚତୁର୍ଥ ଶ୍ରେଣୀ ଛାତ୍ରୀ

author img

By

Published : Jan 20, 2021, 7:32 PM IST

ନିଜ ସଞ୍ଚିତ କୁମ୍ପି ଭାଙ୍ଗି ରାମ ମନ୍ଦିର ନିର୍ମାଣ ପାଇଁ 3500 ଟଙ୍କା ଦାନ କଲେ ଚତୁର୍ଥ ଶ୍ରେଣୀ ଛାତ୍ରୀ । ପଢନ୍ତୁ ଅଧିକ.....

ରାମ ମନ୍ଦିର ନିର୍ମାଣ ପାଇଁ 35 ଶହ ଟଙ୍କା ଦାନ କଲେ 4ର୍ଥ ଶ୍ରେଣୀ ଛାତ୍ରୀ

ଲକ୍ଷ୍ନୌ: ନିଜ ସଞ୍ଚିତ କୁମ୍ପି ଭାଙ୍ଗି ରାମ ମନ୍ଦିର ନିର୍ମାଣ ପାଇଁ 3500 ଶହ ଟଙ୍କା ଦାନ କଲେ ଚତୁର୍ଥ ଶ୍ରେଣୀ ଛାତ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି ମଥୁରାର ବିକାଶଖଣ୍ଡ ଚୌମୁହାଁ ଅନ୍ତର୍ଗତ ଅବରପୁର ଅଞ୍ଚଳରେ । ଏପରି ମହତ କାମ କରି ଚର୍ଚ୍ଚାକୁ ଆସିଥିବା 4ର୍ଥ ଶ୍ରେଣୀ ଛାତ୍ରୀ ଜଣଙ୍କ ହେଲେ ଆରାଧ୍ୟା । ସେ ତାଙ୍କର ପ୍ରାୟ 1 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ଅର୍ଥରାଶି ଜମା କରିଥିବା କହିଛନ୍ତି । କିନ୍ତୁ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ସେ ସହାୟତା କରି ପାରିଥିବା ଯୋଗୁ ଖୁସି ଥିବା ପ୍ରକାଶ କରିଛନ୍ତି ଆରାଧ୍ୟା ।

ରାମ ମନ୍ଦିର ନିର୍ମାଣ ପାଇଁ 35ଶହ ଟଙ୍କା ଦାନ କଲେ 4ର୍ଥ ଶ୍ରେଣୀ ଛାତ୍ରୀ

ଆରାଧ୍ୟା କହିଛନ୍ତି ଯେ ତାଙ୍କ ଜେଜେବାପା ବହୁ ବର୍ଷ ପୂର୍ବେ ଏକ ମନ୍ଦିର ନିର୍ମାଣ କରିଥିଲେ । ଏଥିରୁ ପ୍ରେରଣା ନେଇ ସେ ରାମ ମନ୍ଦିର ନିର୍ମାଣରେ ସହଯୋଗ କରିଛନ୍ତି । ଆରାଧ୍ୟା କହିଛନ୍ତି ଯେ ଏକ ବର୍ଷ ଧରି ସେ ଟଙ୍କା ସଞ୍ଚୟ କରୁଥିଲେ, କିନ୍ତୁ ଯେତେବେଳେ ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ସଂଗ୍ରହ କରାଯାଉଛି ତାହା ଜାଣିବା ପରେ ସେ ମଧ୍ୟ ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.