ETV Bharat / bharat

ଟ୍ରେକିଂ ସମୟରେ ଅସୁସ୍ଥ ହୋଇ ପଡ଼ିଲେ 4 ଆଇଏଏସ ପ୍ରଶିକ୍ଷାର୍ଥୀ, ହେଲିକପ୍ଟରରେ ଉଦ୍ଧାର

ପ୍ରୋବେସନରେ ଥିବା ଆଇଏଏସ ପ୍ରଶିକ୍ଷାର୍ଥୀଙ୍କ ଏକ ଟିମ୍ ଟ୍ରେକିଂରେ ଯାଇଥିବା ସମୟରେ ଉକ୍ତ ଦଳର 4 ଜଣ ସଦସ୍ୟ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି । ସେମାନଙ୍କୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅଧିକାରୀଙ୍କ ସହାୟତାରେ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରାଯାଇଛି । ସେହିପରି ଅନ୍ୟ ସଦସ୍ୟଙ୍କୁ ଏସଡିଆରଏଫ ଉଦ୍ଧାର କରିଛି ।

author img

By

Published : Oct 10, 2019, 9:33 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଡେରାଡୁନ: ପାହାଡ଼ ଶିଖରରେ ଅସୁସ୍ଥ ହୋଇ ପଡ଼ିଲେ 4 ଆଇଏଏସ ପ୍ରଶିକ୍ଷାର୍ଥୀ । ପ୍ରଶିକ୍ଷଣ ନେଉଥିବା ସମୟରେ ଅସୁସ୍ଥ ହୋଇପଡ଼ିଛନ୍ତି ସେମାନେ। ହେଲିକପ୍ଟର ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯିବା ଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ଚମୋଲି ଅଞ୍ଚଳରେ ।

ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ସମୟରେ ପ୍ରୋବେସନରେ ଥିବା ଆଇଏଏସ, ଆଇପିଏସ, ଆଇଏଫଏସଙ୍କ ତାଲିମ ପ୍ରକ୍ରିୟା ଚାଲିଛି । ଫଳରେ ଏହି ଅଧିକାରୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରେକିଂର ପ୍ରଶିକ୍ଷଣ ନେଉଛନ୍ତି । ଏହି କ୍ରମରେ ସୋମବାର ଆଇଏଏସଙ୍କର 3ଟି ଦଳ ଏହି ଟ୍ରେକିଂରେ ଭାଗ ନେଇଥିଲେ। ପ୍ରତ୍ୟେକ ଦଳରେ 30 ଜଣ ଲେଖାଏଁ ସଦସ୍ୟ ରହିଥିଲେ।

ଗୋଟିଏ ଦଳ ସ୍ଥାନୀୟ ମଣ୍ଡଳ ଗ୍ରାମ ଏବଂ ଅନୁସୂୟା ମନ୍ଦିରରୁ ବାହାରି ସମୂଦ୍ର ପତନ ଠାରୁ ପାଖାପାଖି 22 ଶହ ମିଟର ଉଚ୍ଚା ସ୍ଥାନକୁ ଚଢିଥିଲେ । ଏହି ପାହାଡ଼ ଚଢି ସେମନେ ଚତୁର୍ଥ କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ । ପୁନର୍ବାର ସେହି ଦଳକୁ ପରଦିନ ଅର୍ଥାତ 8 ଅକ୍ଟୋବର ସୁଦ୍ଧା ମଣ୍ଡଳ ଗ୍ରାମକୁ ଫେରିବାର ଥିଲା । ଏହି ସମୟରେ ଉକ୍ତ ଦଳର 4 ଜଣ ସଦସ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ ।

ଏହି ସମ୍ପର୍କରେ ଆଇଏଏସଙ୍କ ସହିତ ଥିବା ଅଧିକାରୀ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଅଧିକାରୀ ଏସଡିଆରଏଫକୁ ଘଟଣାସ୍ଥଳକୁ ପଠାଇଥିଲେ । ଫଳରେ ଅସୁସ୍ଥ ହୋଇ ପଡ଼ିଥିବା ଆଇଏଏସ ପ୍ରଶିକ୍ଷାର୍ଥୀଙ୍କୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇ ମଣ୍ଡଲ ଗ୍ରାମ ନିକଟକୁ ଅଣାଯାଇଥିଲା। ସେହିଭଳି ଅନ୍ୟ ମାନଙ୍କୁ ଏସଡ଼ିଆରଏଫ ମାଧ୍ୟମରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏନେଇ ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦକିଶୋର ଯୋଶୀ କହିଛନ୍ତି ଗୁରୁବାର ଏସଡିଆରଏଫର ଏକ ଟିମ ଅନ୍ୟ ପ୍ରଶିକ୍ଷାର୍ଥୀଙ୍କୁ ଉଦ୍ଧାର କରିଛି।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.