ETV Bharat / bharat

ୟୁପିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; 4 ମୃତ, 4 ଗୁରୁତର

author img

By

Published : Nov 15, 2020, 7:26 AM IST

ଉତ୍ତରପ୍ରଦେଶର ମଥୁରା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣଙ୍କର ଅବସ୍ଥା ଗୁରୁତର ରହିଛି । ଅଧିକ ପଢନ୍ତୁ...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାରି ମୃତ
ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାରି ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ଚାରିଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ।

ସୂଚନାଅନୁସାରେ, ରବିବାର ରାତିରେ ମଥୁରାର ଶେରଗଡ ଅଞ୍ଚଳରେ ଗୋଟିଏ ଇକୋ କାର ଏକ କଲଭର୍ଟ ସହ ଧକ୍କା ହୋଇଥିଲା । ଫଳରେ କାରଟି କେନାଲ ଭିତରକୁ ଗଳି ପଡିଥିଲା । ଗାଡି ଭିତରେ ଥିବା 8ଜଣଙ୍କ ଭିତରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଚାରିଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ କୋସିର ଏକ ଘରୋଇ ଡାକ୍ତଖାନାରେ ଭର୍ତ୍ତି କରିଛି । ଆହତମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

ମୃତ୍ୟୁ ହୋଇଥିବା ଚାରିଜଣଙ୍କର ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଶେରଗଡ ଥାନା ଅଧିକାରୀ ଅନୁଜ ମଲ୍ଲିକ । ଦୁର୍ଘଟଣାର ଖବର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.