ଚଣ୍ଡିଗଡ: ଫରିଦକୋଟ ଜିଲ୍ଲାର କଲେର ଗ୍ରାମରେ ଘଟିଛି ଦୁଃଖଦ ଘଟଣା । ଏହି ଗାଁରେ ରହୁଥିବା ପରିବାରର ଚାରିଜଣ ସଦସ୍ୟ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ମୃତ ବ୍ୟକ୍ତି ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ନିକଟକୁ ଆତ୍ମହତ୍ୟା ନୋଟ ମଧ୍ୟ ପଠାଇଥିଲେ।
ଏହାପରେ ପରିବାର ଲୋକ ସେମାନଙ୍କ ଘରେ ପହଞ୍ଚିଥିଲେ କିନ୍ତୁ ସେତେବେଳକୁ ପରିବାରର ଚାରିଜଣ ସଦସ୍ୟ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ବନ୍ଧୁ କହିଛନ୍ତି ଯେ ସେ ରାଜସ୍ଥାନର ଏକ ଇଟାଭାଟିରେ କାମ କରୁଥିଲେ ଏବଂ ଗତ 10 ବର୍ଷ ଧରି ତାଙ୍କ ପରିବାର ସହିତ କଲେର ଗ୍ରାମରେ ରହୁଥିଲେ। ଆର୍ଥିକ ଅସୁବିଧା ହେତୁ ତାଙ୍କ ପରିବାର ଆତ୍ମହତ୍ୟା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ