ହାଇଦ୍ରାବାଦ: ଦେଶରେ ଚାଲିଛି ମୋଦି ସରକାରଙ୍କ 2ୟ ଇଂନିସ । 2014 ପରେ ଦେଶରେ ପୁଣିଥରେ ରାଜ କରୁଛି ବିଜେପି । ବହୁମତ ହାସଲ କରି ସମସ୍ତ ବିରୋଧୀଙ୍କୁ ମାତ ଦେଇଛି ଭାଜପା । ଏପଟେ ବର୍ଷକ ମଧ୍ୟରେ ଦଳ ହରାଇଲାଣି 4 ଜଣ ହେଭିଓ୍ବେଟଙ୍କୁ ।
2018 ଅଗଷ୍ଟରୁ ଆରମ୍ଭ ହୋଇଥିଲା ଏହି ଧାରା । ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମର୍ମାହତ ହୋଇଥିଲା ସାରା ଦେଶ । ଏହାପରେ ତାଲିକାରେ ଯୋଡି ହୋଇଥିଲା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକର, ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଓ ଅରୁଣ ଜେଟଲୀଙ୍କ ନାମ ।
ଗୋଟିଏ ବର୍ଷରେ ଦଳର 4 ମହାନାୟକଙ୍କ ପରଲୋକ-
ଅଟଳ ବିହାରୀ ବାଜପେୟୀ (1924 - 2018)
- 16 ଅଗଷ୍ଟ 2018ରେ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ଘଟିଥିଲା ।
- ବାଜପେୟୀ ଦେଶର ଏକମାତ୍ର ରାଜନେତା ଯିଏ 4 ରାଜ୍ୟର 6 ଲୋକସଭା କ୍ଷେତ୍ରରେ ପ୍ରତିନିଧିତ୍ବ କରିଛନ୍ତି ।
- ବାଜପେୟୀ 28ଟି ଦଳକୁ ଏକାଠି କରି ଏନଡିଏ ସରକାର ଚଳାଇଥିଲେ ।
- ଯାହା ଆଜି ବି ଦେଶର ଉଦାରବାଦୀ ରାଜନୀତିର ଉଦାହରଣ ହୋଇରହିଛି ।
- ବାଜପେୟୀଙ୍କ ନେତୃତ୍ବରେ ଏନଡିଏ ସରକାର 1999-2004 ଯାଏଁ ଦେଶରେ ସରକାର ଗଢିଥିଲେ ।
ମନୋହର ପାରିକର (1955-2019)
- ମାର୍ଚ୍ଚ 17, 2019 ୬ଟା ୪୦ ମିନିଟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ଘଟିଥିଲା ।
- କର୍କଟ ରୋଗରେ ପୀଡିତ ପାରିକର ଦୀର୍ଘ ଦିନ ଧରି ଚିକିତ୍ସାଧିନ ଥିଲେ ।
- ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।
- ସେ 4 ଥର ଗୋଆ ମୁଖ୍ୟମନ୍ତ୍ରୀ ରହିଥିଲେ ।
- ତେବେ ପରଦିନ ଅର୍ଥାତ ମାର୍ଚ୍ଚ 18ତାରିଖରେ ତାଙ୍କ ବିୟୋଗରେ ଜାତୀୟ ଶୋକ ଦିବସ ପାଳନ କରାଯାଇଥିଲା ।
- ଏଥି ସହିତ ରାଜଧାନୀ ଦିଲ୍ଲୀ ସେମେତ ସମସ୍ତ ରାଜ୍ୟ ରାଜଧାନୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ପତାକା ଅର୍ଦ୍ଧନମିତ ହୋଇଥିଲା ।
ସୁଷମା ସ୍ବରାଜ(1952-2019)
- ଚଳିତ ମାସ 6 ତାରିଖରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଥିଲା ।
- ହୃଦଘାତରେ ଏମ୍ସରେ ଆଖି ବୁଜିଥିଲେ ବିଜେପି ନେତ୍ରୀ ସୁଷମା ।
- 67 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।
- କିଡନି ପ୍ରତ୍ୟାରୋପଣ ଯୋଗୁଁ ଚଳିତ ବର୍ଷ ନିର୍ବାଚନ ଲଢି ନଥିଲେ ସୁଷମା ।
- ମାତ୍ର 25 ବର୍ଷ ବୟସରେ ସେ ହୋଇଥିଲେ ହରିୟାଣା ସରକାରରେ କ୍ୟାବିନେଟ ମନ୍ତ୍ରୀ ।
- ୭ ଥର ସଂସଦର ସଦସ୍ୟ ହିସାବରେ ମଧ୍ୟ ନିର୍ବାଚିତ ହୋଇଛନ୍ତି ସୁଷମା।
ଅରୁଣ ଜେଟଲୀ(1952-2019)
- ଶନିବାର(ଅଗଷ୍ଟ 24) ବିଜେପି ହରାଇଛି ଆଉ ଜଣେ ରଣନୀତିକାରଙ୍କୁ ।
- ଦିଲ୍ଲୀ ସ୍ଥିତି ଏଏମସ୍ ମେଡିକାଲରେ ଅପରାହ୍ନ 12.7ରେ ଦେହ ତ୍ୟାଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।
- ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା
- ଗତ କିଛି ଦିନର ଅସୁସ୍ଥତା କାରଣରୁ ସେ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ ।
- ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ନିଧନର ଦୁଇ ଦିନ ପରେ ନିଶ୍ବାସରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
- ଗତବର୍ଷ ଅରୁଣଙ୍କ କିଡନୀ ପ୍ରତ୍ୟାରୋପଣ ଯୋଗୁଁ ସେ ମଧ୍ୟ ଚଳିତବର୍ଷ ନିର୍ବାଚନ ମଧ୍ୟ ଲଢି ନଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ