ETV Bharat / bharat

ଗୋଆ: ସିଏଏ ସମର୍ଥନରେ କଂଗ୍ରେସ ଛାଡିଲେ 4 ବରିଷ୍ଠ ନେତା - କଂଗ୍ରେସ ନେତାଙ୍କ ସିଏଏ ସମର୍ଥନ

ସିଏଏ ଏବଂ ଏନଆରସି ସମର୍ଥନରେ ଗୋଆ କଂଗ୍ରେସରୁ ଇସ୍ତଫା ଦେଲେ ଦଳର 4 ଜଣ ବରିଷ୍ଠ ନେତା। ସିଏଏ ଏବଂ ଏନଆରସି ଉପରେ ଦଳର ବିଚାରଧାରାକୁ ବିରୋଧ କରି ସେମାନେ ଏଭଳି ନିଷ୍ପତ୍ତି ନେବା ସହ ଏନଆରସି ଏବଂ ସିଏଏକୁ ସ୍ବାଗତ କରିଛନ୍ତି।

four-goa-congress-leaders-resign
ଫାଇଲ ଫଟୋ
author img

By

Published : Jan 3, 2020, 10:49 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ଲଗାତାର ବିରୋଧ କରୁଥିବା କଂଗ୍ରେସକୁ ଗୁରୁବାର ଲାଗିଛି ଜୋରଦାର ଝଟକା । ସିଏଏ ଏବଂ ଏନଆରସିକୁ ସମର୍ଥନ କରି ଗୋଆ କଂଗ୍ରେସରୁ 4 ଜଣ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି। ସିଏଏ ଏବଂ ଏନଆରସି ଉପରେ ଦଳର ବିଚାରଧାରାକୁ ବିରୋଧ କରି ସେମାନେ ଏଭଳି ନିଷ୍ପତ୍ତି ନେବା ସହ ଏହାକୁ ସ୍ବାଗତ କରିଛନ୍ତି।

ପାଣାଜା କଂଗ୍ରେସ ବ୍ଲକ ସମିତିର ଅଧ୍ୟକ୍ଷ ପ୍ରସାଦ ଓମନକର, ଉତ୍ତର ଗୋଆ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଜେଭେଦ ଶେଖ, ବ୍ଲକ ସମିତି ସଚିବ ଦିନେଶ କୁବଲ ଏବଂ ବରିଷ୍ଠ ନେତା ଶିବରାଜ ତାରକର ଦଳରୁ ଇସ୍ତଫା ଦେଇଛନ୍ତି। ସିଏଏକୁ ନେଇ କଂଗ୍ରେସ ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରି ଓମନକର କହିଛନ୍ତି, ‘ଆମେ ସିଏଏ ଏବଂ ଏନଆରସି ଉପରେ ଦଳର ଚିନ୍ତାଧାରାକୁ ବିରୋଧ କରୁଛୁ। ସିଏଏକୁ ସ୍ବାଗତ କରିବା ଉଚିତ। ରାଜନୈତିକ ଲାଭ ପାଇଁ କଂଗ୍ରେସକୁ ଲୋକଙ୍କୁ ଭ୍ରମିତ କରିବା ଏବଂ ସଂଖ୍ୟାଲଘୁଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବା ବନ୍ଦ କରିବା ଉଚିତ। ’

ଓମନକର ଆହୁରି ମଧ୍ୟ କହିଛନ୍ତି, ‘ଗୋଆ ଏକ ଶାନ୍ତି ପ୍ରିୟ ରାଜ୍ୟ। କଂଗ୍ରେସ ସଂଖ୍ୟାଲଘୁଙ୍କୁ ହିଂସାକାଣ୍ଡ ଘଟାଇବା ପାଇଁ ପ୍ରବର୍ତ୍ତାଉଛି। ସିଏଏକୁ ଗଣତାନ୍ତ୍ରିକ ପଦ୍ଧତିରେ ଲାଗୁ କରାଯାଇଛି। ଏଥିରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁଙ୍କ ସମ୍ପର୍କରେ ଚିନ୍ତା କୁରାଯାଇଛି। ଏହି ଦେଶରେ ଅନେକ ସଂଖ୍ୟାଲଘୁ ଅଛନ୍ତି। ଯେଉଁମାନେ ଭାରତର ନାଗରିକତ୍ବ ପାଇବାକି ଆଗ୍ରହୀ ଅଛନ୍ତି। ସିଏଏ ମାଧ୍ୟମରେ ସେମାନେ ଭାରତର ନାଗରିକତା ପାଇଁ ଆବେଦନ କରିପାରିବେ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.