ETV Bharat / bharat

ଯାହାର ଲୁଣ ଖାଇଲେ ତାହାର ଗୁଣ ଗାଇଲେ, ମାଲିକ ପାଇଁ ଜୀବନ ଦେଲେ କୁକୁର

4ଟି କୁକୁର ମାଲିକ ଏବଂ ତାଙ୍କ ପରିବାରକୁ ବିଷଧର ସାପ କବଳରୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଛନ୍ତି ।

author img

By

Published : Apr 20, 2019, 1:28 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୁକୁର ଏକ ବିଶ୍ବସ୍ଥ ପ୍ରାଣୀ । ଏକଥା ଆପଣ ଅନେକ ଥର ଶୁଣିଥିବେ । ଏହାର ଅନେକ ଉଦାହରଣ ମଧ୍ୟ ଦେଖିଥିବେ । ତେବେ ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଭାଗଲପୁରରେ । ଏଠାରେ କୁକୁର ଦେଖାଇଛି ମାଲିକ ପ୍ରତି ଆନୁଗତ୍ୟ ।

ତେବେ 4ଟି କୁକୁର ମାଲିକ ଏବଂ ତାଙ୍କ ପରିବାରକୁ ବିଷଧର ସାପ କବଳରୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ହରାଇଛନ୍ତି । ଗତ ମଙ୍ଗଳବାର ରାତିରେ ଘଟିଥିଲା ଏହି ଘଟଣା । ଆଉ ଏସବୁ କଏଦ ହୋଇଥିଲା ସିସିଟିଭିରେ ।

ଭାଗଲପୁରର ସାହେବଗଞ୍ଜ କୋଲନୀ ନିବାସୀ ଚିକିତ୍ସକ ଡଃ ପୁନମ ମେସେସ ନିଜ ଘରେ 4ଟି କୁକୁର ପାଳିଥିଲେ । ସେ ସେମାନଙ୍କୁ ନିଜ ପରିବାରର ସଦସ୍ୟ ଭଳି ପ୍ରତିପୋଷଣ କରୁଥିଲେ । ତେବେ ଗତ ମଙ୍ଗଳବାର ହଠାତ୍ ସମସ୍ତ କୁକୁର ଏକାସହ ଭୁକିବା ଆରମ୍ଭ କରିଥିଲେ । ଆଉ ହଠାତ୍ କିଛି ସମୟ ପରେ ସେମାନଙ୍କ ଭୁକିବା ବନ୍ଦ ହୋଇ ଯାଇଥିଲା ।

ଆଉ ଏହାପରେ ଯେବେ ଘରଲୋକ ବାହାରକୁ ଯାଇ ଦେଖିବାକୁ ପାଇଥିଲେ 4ଟି କୁକୁର ଗୋଟିଏ ବିଷଧର ସାପ ସହ ଲଢେଇ କରୁଛନ୍ତି । ସେମାନେ ସାପକୁ ରକ୍ତାକ୍ତ କରିସାରିଥିଲେ । ଏହାସହ ସେମାନେ ମୃତ୍ୟୁ ସହିତ ସଂଗ୍ରାମ ମଧ୍ୟ କରୁଥିଲେ । ଆଉ ଏହାପରେ ସାପକୁ ମାରିବାରେ ସଫଳ ହୋଇଥିଲେ ଏହି କୁକୁରମାନେ । ମାତ୍ର ଶେଷରେ ଏମାନେ ମଧ୍ୟ ନିଜ ଜୀବନ ହାରିଥିଲେ ।

ମାଲିକଙ୍କ କହିବା ଅନୁସାରେ, ଗୋଟିଏ କୋବ୍ରା ତାଙ୍କୁ ଘରକୁ ପଶିବା ପାଇଁ ଚେଷ୍ଟା କରୁଥିଲା । କିନ୍ତୁ ତାକୁ ଘରକୁ ଆସିବାକୁ ଦେଇନଥିଲେ ସେହି 4ଟି କୁକୁର । ସେମାନେ ମିଶି ସାପକୁ ମାରି ଦେଇଥିଲେ । ସାପ ବିଷ ଦ୍ବାରା ଏହି 4 କୁକୁର ମଧ୍ୟ ଜୀବନ ହାରିଥିଲେ । ଆଉ ଏସବୁ ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।

Slug,, code of conduct violate, (avb), puri,180419

Anc,,, ପୁରୀ ଲୋକସଭା ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ରଙ୍କ ନାମରେ ପୁରୀ ସମୁଦ୍ର କୂଳ ଥାନାରେ ଏତଲା । ନିର୍ବାଚନ ଆଚରଣ ବିଧି ଉଲଘଂନ କରିଥିବା ଅଭିଯୋଗ କୁ ନେଇ ମାମଲା ହୋଇଛି। ପୁରୀ ସଦର ଫ୍ଲାଇଁ ସ୍ୱଆର୍ଡ ଅଧିକାରୀ ବିଜୟ ଜେନା ଦେଲେ ଏତାଲା । କେସ୍ ନମ୍ବର 62/2019 । ଧର୍ମୀୟ ଭାବନାକୁ ନେଇ ବାରମ୍ବାର ମନ୍ତବ୍ୟ ଦେଵା ଆଧାରରେ ଏତାଲା । ତାଙ୍କ ପ୍ରଚାର ବସରେ ଲେଖା ହୋଇଛି ଜଗନ୍ନାଥ ମତେ ଡାକିଲେ ଓ ମୋଦି ମତେ ପଠେଇଲେ । ଏହି ଆଧାରରେ ଏତାଲା ରୁଜ୍ଜୁ ହୋଇଛି। ତେଵେ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ପୁରୀ ଏସପି ।
ବାଇଟ୍-ଉମାଶଙ୍କର ଦାସ୍,ପୁରୀ ଏସପି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

What's app re ବାଇଟ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.