ETV Bharat / bharat

ଦିଲ୍ଲୀରୁ ନେପାଳ ଯାଉଥିବା 4 ଚୀନ ନାଗରିକ ଗିରଫ

author img

By

Published : Jul 28, 2019, 9:42 PM IST

ନକଲି ପାସପୋର୍ଟ ଓ ଭିସା ଦେଖାଇ ନେପାଳ ବର୍ଡର ପାର କରୁଥିବାବେଳେ 4 ଜଣ ଚୀନ ନାଗରିକଙ୍କୁ ଗିରଫ କରିଛି ଉତ୍ତରାଖଣ୍ଡ ପୋଲିସ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଡେରାଡୁନ: ନେପାଳ ବର୍ଡର ପାର କରୁଥିବା ସମୟରେ 5 ଜଣଙ୍କୁ ଗିରଫ କରିଛି ପୋଲିସ । ସେଥିମଧ୍ୟରୁ 4 ଜଣ ଚୀନ ନାଗରିକ ଥିବାବେଳେ ଜଣେ ତିବ୍ଦତୀ ରହିଛି । ସେମାନଙ୍କ ନିକଟରୁ ନକଲି ଦସ୍ତାବିଜ ଜବତ ହୋଇଛି ।

ସୂଚନାମୁତାବକ, ଉତ୍ତରାଖଣ୍ଡର ଚମ୍ପାବତ ଜିଲ୍ଲାର ବନବସା ନେପାଳ ବର୍ଡରରେ ଥିବା ଆବର୍ଜନ ଚେକପୋଷ୍ଟରେ ଫର୍ଜରି ଆଇକାର୍ଡ ଓ ନକଲି ଦସ୍ତାବିଜ ଆଧାରରେ 5 ଜଣଙ୍କୁ ଗିରଫ କରିଛି ପୋଲିସ । ସେଥିମଧ୍ୟରୁ 4 ଜଣ ଚୀନ ନାଗରିକ ବିନା ପାସପୋର୍ଟରେ ନେପାଳ ଯିବା ପାଇଁ ପ୍ରୟାସ କରୁଥିଲେ ।

ପୋଲିସର କହିବାନୂଯାୟୀ, ଗିରଫ ଅଭିଯୁକ୍ତଙ୍କ ସହ କଥାହେବା ପାଇଁ ଚାଇନୀଜ ଏକ୍ସପର୍ଟ ମାନଙ୍କୁ ଡକାଯାଇଛି । ତେବେ 5 ଜଣ ଦିଲ୍ଲୀରୁ ନେପାଳ ଯାଉଥିବା ବସରେ ବସି ସିଧା ନେପାଳ ଯିବାକୁ ପ୍ଲାନ କରିଥିଲେ । ଏହାପରେ ସେମାନଙ୍କୁ ଯାଞ୍ଚ ହୋଇଥିଲା ହେଲେ ସବୁ ନକଲି ଦସ୍ତାବିଜ ମିଳିଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ତିବ୍ଦତୀ ନିକଟରୁ ତାର ପାସପୋର୍ଟ ଓ ଭିସା ମିଳିଛି । ସେ ହିଁ ଉକ୍ତ 4 ଜଣ ଚୀନ ନାଗରିକଙ୍କୁ ଦିଲ୍ଲୀରୁ ନେପାଳ ପହଞ୍ଚାଇବାରେ ସାହାଯ୍ୟ କରୁଥିବା ଜଣାପଡିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.