ETV Bharat / bharat

ପୁଣି ସରଗରମ ରାଜସ୍ଥାନ ରାଜନୀତି, ଅଧିବେଶନ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଲେ ବସୁନ୍ଧରା ରାଜେ - ବସୁନ୍ଧରା ରାଜେ

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶନିବାର ଦିଲ୍ଲୀରେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କୁ ଭେଟିଛନ୍ତି । ରାଜସ୍ଥାନର ରାଜନୈତିକ ଘଟଣାକ୍ରମକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ବସୁନ୍ଧରା ରାଜେ
ବସୁନ୍ଧରା ରାଜେ
author img

By

Published : Aug 8, 2020, 9:16 PM IST

ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବସୁନ୍ଧରା ରାଜେ କ୍ରମାଗତ ଭାବେ ଦିଲ୍ଲୀରେ ରାଜନୈତିକ ବୈଠକ କରୁଛନ୍ତି । ଯାହାକୁ ନେଇ ରାଜସ୍ଥାନ ରାଜନୀତି ପୁଣି ଥରେ ସରଗରମ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଶନିବାର ଦିଲ୍ଲୀରେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କୁ ଭେଟିଛନ୍ତି । ରାଜସ୍ଥାନର ରାଜନୈତିକ ଘଟଣାକ୍ରମକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ରାଜସ୍ଥାନର ବିଧାନସଭା ଅଧିବେଶନ ଅଗଷ୍ଟ 14 ରୁ ଆରମ୍ଭ ହେବ। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ ବୋଲି ଆଶଙ୍କା କରାଯାଉଛି । ତେବେ ଏହାକୁ ନେଇ ବିଜେପି ମଧ୍ୟ ସକ୍ରିୟ ହୋଇଛି। ଏନେଇ ବିଜେପିର ବରିଷ୍ଠ ନେତାଙ୍କ ସହ ବସୁନ୍ଧରା ରାଜେ ସାକ୍ଷାତ କରୁଥିବା ଦେଖିବାକୁ ମିଳୁଛି ।

ଏହା ପୂର୍ବରୁ ରାଜେ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା ହୋଇଥିଲା ।

ସେପଟେ ବିଜେପି ମଧ୍ୟ ଏବେ ନିଜ ବିଧାୟକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛି । କଂଗ୍ରେସ କ୍ଷମତାର ଦୂରୁପଯୋଗ କରି ଏହି ବିଧାୟକଙ୍କୁ ନିଜ ଆଡେ ଆକର୍ଷିତ କରିବାର ଆଶଙ୍କା ରହିଛି । ତେଣୁ ଏହି ବିଧାୟକଙ୍କୁ ଗୁଜୁରାଟ ପଠାଯାଉଥିବା ବିଜେପି କହିଛି । ଅନ୍ୟପକ୍ଷରେ ବିଜେପି ଇଡି ଏବଂ ଆୟକର ବିଭାଗର ଦୂରୁପଯୋଗ କରି କଂଗ୍ରେସର ବିଧାୟକଙ୍କୁ ଡରାଇବାକୁ ଚେଷ୍ଟା କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ତେବେ କଂଗ୍ରେସ ନେତା ଖାଚାରିଆୱାସ ଏନେଇ କହିଛନ୍ତି, ବିଜେପି ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯଦି ସତୀଶ ପୁନିଆ ଏବଂ ରାଜେନ୍ଦ୍ର ରାଠୋଦ ବସୁନ୍ଧରା ରାଜେଙ୍କୁ ଭେଟିବେ ତେବେ ଏହି ସମସ୍ୟା ଦୂର ହେବ। ରାଜେ ଦୁଇଥର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ରାଜସ୍ଥାନର ବୋହୂ ଅଟନ୍ତି। ସତୀଶ ପୁନିଆ ଏବଂ ରାଜେନ୍ଦ୍ର ରାଠୋରଙ୍କ ଅପେକ୍ଷା ରାଜ୍ୟରେ ତାଙ୍କର ସମ୍ମାନ ଅଧିକ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.