ଜୟପୁର: ଶୁକ୍ରବାର ପୂର୍ବତନ ବିଜେପି ନେତା ତଥା ରାଜସ୍ଥାନ ପୂର୍ବତନ ରାଜ୍ୟ ସଭାପତି ଭନୱର ଲାଲ ଶର୍ମାଙ୍କ ଦେହାନ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବିଜେପି ରାଜ୍ୟ ସଭାପତି ସତୀଶ, ଜୟପୁର ସାଂସଦ ରାମଚରଣ ବୋହରା ଏବଂ ଅନ୍ୟ ନେତାମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।
ବିଜେପି ରାଜ୍ୟ ସଭାପତି ସତୀଶ ପୁନିୟା ଶର୍ମାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ବାସଭବନରେ ପହଞ୍ଚି ସାନ୍ତ୍ବନା ଦେଇଛନ୍ତି । ପୁନିଆ କହିଛନ୍ତି ଯେ ରାଜ୍ୟର ବିକାଶ ତଥା ଦଳକୁ ମଜବୁତ କରିବାରେ ଶର୍ମାଙ୍କର ପ୍ରମୁଖ ଅବଦାନ ରହିଛି।
ସେ ସରଳତା ଉପରେ ବିଶ୍ବାସ କରୁଥିଲେ ଏବଂ ସେ ଜଣେ ବିଧାୟକ ଓ ମନ୍ତ୍ରୀ ଥିବାବେଳେ ସରକାରୀ ବଙ୍ଗଳା କିମ୍ବା କାର ବ୍ୟବହାର କରିନାହାଁନ୍ତି ବୋଲି ସେ କହିଛନ୍ତି ।