ETV Bharat / bharat

'କେରଳ ସୁନା ଚୋରା ଚାଲାଣ ମାମଲାରେ ଶିବଶଙ୍କରଙ୍କର କୌଣସି ସମ୍ପୃକ୍ତି ନାହିଁ'

author img

By

Published : Jul 25, 2020, 1:27 PM IST

ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଶିବଶଙ୍କରଙ୍କର ଏହି ମାମଲାରେ କୌଣସି ପ୍ରକାର ଭୂମିକା ନଥିବା ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ସ୍ବପ୍ନା ସୁରେଶ କହିଛନ୍ତି ।

ସ୍ବପ୍ନା ସୁରେଶ
ସ୍ବପ୍ନା ସୁରେଶ

ଥିରୁଅନନ୍ତପୁରମ: କେରଳ ସୁନା ଚୋରା ଚାଲାଣ ମାମଲାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଏମ ଶିବଶଙ୍କରଙ୍କ ସମ୍ପୃକ୍ତିକୁ ଖାରଜ କରିଛନ୍ତି ଏହି ମାମଲାର ଅଭିଯୁକ୍ତ ସ୍ବପ୍ନା ସୁରେଶ । ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଶିବଶଙ୍କରଙ୍କର ଏହି ମାମଲାରେ କୌଣସି ପ୍ରକାର ଭୂମିକା ନଥିବା ସେ କହିଛନ୍ତି ।

ସୁନା ଚୋରା ଚାଲାଣ ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ସ୍ବପ୍ନା ସୁରେଶକୁ କଷ୍ଟମ୍ସ ବିଭାଗ ଜେରା କରିଥିଲା । ଏହି ସମୟରେ ସେ ଏହି କଥାର ଖୁଲାସା କରିଛନ୍ତି । ପଚରାଉଚୁରାବେଳେ ସ୍ବପ୍ନା ନିଜ ବିବୃତ୍ତିରେ କହିଛନ୍ତି, ସୁନା ଚୋରା ଚାଲାଣରେ ଶିବଶଙ୍କରଙ୍କର କୌଣସି ଭୂମିକା ନାହିଁ। ସଂଯୁକ୍ତ ଆରବ ଏମିରେଟ୍ସ କନସୁଲେଟ୍ ଜେନେରାଲ ଏଥିରେ ସାହାଯ୍ୟ କରିଥିଲେ ।

ସ୍ବପ୍ନାଙ୍କ ଅନୁଯାୟୀ, ଏହି ସୁନା ଚୋରା ଚାଲାଣ ଜୁଲାଇ 2019 ରେ ଆରମ୍ଭ ହୋଇଥିଲା । ଜୁନ୍ 2020 ରେ ଏହି ଉଦ୍ୟମ ବିଫଳ ହୋଇଥିଲା ଏବଂ ସେମାନେ ଧରାପଡିଯାଇଥିଲେ । ଏଥିପାଇଁ ପ୍ରଥମେ ଏକ ଡମ୍ମି ପରୀକ୍ଷା କରାଯାଇଥିଲା। ପରେ ଅଳ୍ପ ପରିମାଣରେ ସୁନା ଚୋରା ଚାଲାଣ କରାଯାଇଥିଲା । ତେବେ ଏହା ସୁରକ୍ଷିତ ବୋଲି ସେମାନେ ଜାଣିବା ପରେ ଅଧିକ ପରିମାଣର ସୁନା ଚୋରା ଚାଲାଣ ଆରମ୍ଭ ହୋଇଥିଲା।

ସନ୍ଦୀପ ନାୟାର ଏବଂ କେଟି ରାମିଜ୍ ଏହି ମାମଲାରେ ସମ୍ପୃକ୍ତ ଥିଲେ । ସ୍ବପ୍ନା ଦୁବାଇରେ ଉଭୟଙ୍କୁ ଭେଟିଥିଲେ । ସନ୍ଦୀପଙ୍କ ମାଧ୍ୟମରେ ହିଁ ସେ ସୁନା ଚୋରା କାରବାରର ଅଂଶ ହୋଇଥିଲେ ବୋଲି ସ୍ବପ୍ନା ପ୍ରକାଶ କରିଛନ୍ତି। ଏହାପରେ ସ୍ବପ୍ନା ୟୁଏଇର କନସୁଲେଟ୍‌ରେ କାର୍ଯ୍ୟନିର୍ବାହୀ ସଚିବ ଥିଲେ। ଏହି ସୁନା ଚୋରା ଚାଲାଣ ପାଇଁ ଅନ୍ୟ ଦୁଇ ଅଭିଯୁକ୍ତ ସ୍ବପ୍ନାଙ୍କ ସହାୟତା ଲୋଡିଥିଲେ। ସ୍ବପ୍ନାଙ୍କର ଶିବଶଙ୍କରଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଛି ଏବଂ ସେମାନେ ଏକ ପାର୍ଟିରେ ଭେଟିଥିଲେ ବୋଲି ସ୍ବପ୍ନା କହିଛନ୍ତି ।

ତେବେ ଏନ୍ଆଇଏ କୋର୍ଟ ଉଭୟ ସନ୍ଦୀପ ଏବଂ ସ୍ବପ୍ନାଙ୍କୁ ଅଗଷ୍ଟ 21 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ଏବଂ ସେମାନଙ୍କୁ ଏରନାକୁଲମର କକ୍କାନାଡର ଜିଲ୍ଲା ଜେଲକୁ ନିଆଯାଇଛି।

ସୂଚନାଯୋଗ୍ୟ ଯେ, ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର କାର୍ଗୋ ମାଧ୍ୟମରେ ପରିବହନ ହେଉଥିବା ସାମଗ୍ରୀରେ ୩୦ କିଲୋଗ୍ରାମରୁ ଅଧିକ ସୁନା ଜବତ କରାଯାଇଥିଲା । ଏହି ସୁନା ଚୋରା ଚାଲାଣ ପଛରେ ସ୍ବପ୍ୱା ସୁରେଶଙ୍କ ନାମ ସାମ୍ନାକୁ ଆସିଛି । ସ୍ବପ୍ନା କେରଳ ସରକାରଙ୍କ ଆଇଟି ବିଭାଗରେ ମ୍ୟାନେଜର ଭାବେ କାମ କରୁଥିବା ଜଣାପଡ଼ିଛି। ଏହାପୂର୍ବରୁ ସେ ୟୁଏଇ ଦୂତାବାସରେ ଏକଜିକ୍ୟୁଟିଭ୍ ଭାବେ ମଧ୍ୟ କାମ କରିଥିଲେ। ତେବେ ଏହାକୁ ନେଇ କେରଳ ରାଜନୀତି ସରଗରମ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.