ହାଇଦ୍ରାବାଦ: ସର୍ବଦା ବିବାଦୀୟ ମନ୍ତବ୍ୟ ଦେଇ ନିଜକୁ ଚର୍ଚ୍ଚାରେ ରଖୁଥିବା ଅସଦୁଦ୍ଦିନ ଓୱେସି ଏବେ ପୁଣି ଚର୍ଚ୍ଚାରେ । ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନ କାଳରେ ବାବ୍ରୀ ମସଜିଦର ତାଲା ଖୋଲାଯାଇଥିଲା ଓ ସେ ନିଜର ନିର୍ବାଚନ ଅଭିଯାନ ସେଠାରୁ ହିଁ ଆରମ୍ଭ କରିଥିଲେ ବୋଲି ପୂର୍ବତନ କେନ୍ଦ୍ରୀୟ ଗୃହ ସଚିବ ମାଧବ ଗୋଡବଲେ କରିଥିବା ଏହି ଦାବିର ଯଥାର୍ଥ ରହିଛି ବୋଲି କହିଛନ୍ତି ଅସଦୁଦ୍ଦିନ ଓୱେସି ।
ଓୱେସି କହିଛନ୍ତି ପୂର୍ବତନ କେନ୍ଦ୍ରୀୟ ଗୃହ ସଚିବ ମାଧବ ଗୋଡବାଲୋଙ୍କ କଥାରେ ସତ୍ୟତା ଅଛି । ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ବାବ୍ରୀ ମସଜିଦର ତାଲା ଖୋଲାଯାଇଥିଲା । ଏହା ଐତିହାସିକ ତଥ୍ୟରେ ମଧ୍ୟ ଲିଖିତ ଅଛି । ଶାହାବନୋ ସହିତ ବାବ୍ରୀ ମସଜିଦର ତାଲା ଖୋଲାଯିବ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ।
କଂଗ୍ରେସ ଉପରେ ଆକ୍ରମଣ କରି ସେ କହିଛନ୍ତି ଯେତେବେଳେ ତାଲା ଖୋଲାଗଲା ସେହି ସମୟରେ କଂଗ୍ରେସ ଶାସନ କରୁଥିଲା । ବାବ୍ରୀ ମସଜିଦକୁ ବିବାଦିତ କରିବା ବେଳେ ମଧ୍ୟ ପି ଭି ନରସିଂହ ରାଓଙ୍କ ସରକାର ଥିଲା । କଂଗ୍ରେସ ଏହି ଭୁଲ ପାଇଁ ବରାବର ଦାୟୀ ବୋଲି ସେ କହିଛନ୍ତି ।