ଥିରୁଅନନ୍ତପୁରମ: କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ପୋଲିସର ପୂର୍ବତନ ମହାନିର୍ଦ୍ଦେଶକ ଯାଦବ ଥୋମାସ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା ବେଳେ ଥୋମାସ୍ ବାମପନ୍ଥୀ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF) ଏବଂ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF)କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥଲେ । ଏବଂ ସେ ଭ୍ରଷ୍ଟାଚାର ସହ ଲଢୁଛନ୍ତି।
“LDF ଏବଂ UDF ବର୍ତ୍ତମାନ ଦୁର୍ନୀତିରେ ବୁଡି ରହିଛି। ଦୁର୍ନୀତି ବିରୋଧରେ ଲଢିବା ପାଇଁ ମୁଁ ବିଜେପିରେ ଯୋଗ ଦେଇଛି। ଥୋକିଙ୍କଡ ମୈଦାନରେ ଏକ ସାଧାରଣ ସଭାରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସଦସ୍ୟତା ଗ୍ରହଣ କରିବା ପରେ ଥୋମାସ ଏପରି କହିଛନ୍ତି।
ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଦୁଇ ଦିନିଆ ରାଜ୍ୟ ଗସ୍ତର ଅଂଶ ଭାବରେ ନଡ୍ଡା ଗୁରୁବାର କୋଚିରେ ପହଞ୍ଚିଛନ୍ତି। ରାଜ୍ୟ ଦଳର ସଭାପତି କେ ସୁରେନ୍ଦ୍ରନଙ୍କ ସହ ବିଜେପି କର୍ମୀଙ୍କ ଏକ ବିଶାଳ ସମାବେଶରେ ସେ ବିମାନବନ୍ଦରରୁ ଏକ ଖୋଲା ଜିପ୍ରେ ଥ୍ରୀସୁର ଅଭିମୁଖେ ଯାତ୍ରା କରିଥିଲେ।
140 ସିଟ୍ ବିଶିଷ୍ଟ କେରଳ ବିଧାନସଭା ଚଳିତ ବର୍ଷ ମତଦାନ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ମତଦାନର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।