ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ପୂର୍ବତନ ଜେଏନୟୁ ଛାତ୍ର ଶର୍ଜିଲ ଇମାମଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ଅଧିନିୟମ (UAPA) ଅଧୀନରେ ମାମଲା ରୁଜୁ କରିଛି ।
ନାଗରିକତା ସଂଶୋଧନ ନିୟମ ବିରୋଧରେ ଶାହିନ୍ ବାଗରେ ହୋଇଥିବା ପ୍ରତିବାଦରେ ଇମାମଙ୍କୁ ଗିରଫ କରାଯାଇଥିଲା । ଏହାସହ ଜାନୁଆରୀ 28 ରେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ ତଥା ଆଲିଗଡରେ ଦେଶବିରୋଧି ଭାଷଣ ଦେଇଥିବା ଅଭିଯୋଗ ପରେ ବିହାରର ଜେହାନାବାଦରୁ ତାଙ୍କୁ ଗିରଫ କରାଯାଇଥିଲା।
ସୋସିଆଲ ମିଡିଆରେ ତାଙ୍କର ଅଭିଭାଷଣ ଭାଇରାଲ ହେବା ପରେ ଇମାମଙ୍କୁ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ଭିଡିଓରେ CAA ବିରୋଧି ସହ ଆସାମର ଦେଶରୁ ବିଚ୍ଛିନ୍ନ ହେବା କଥା କହିଥିଲେ ।