ETV Bharat / bharat

ନୂଆ ସିଏଜି ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

author img

By

Published : Aug 8, 2020, 10:51 AM IST

Updated : Aug 8, 2020, 12:03 PM IST

ଦେଶର ନୂଆ ସିଏଜି ଭାବେ ଶପଥ ଗ୍ରହଣ କଲେ ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି । ଅଧିକ ପଢନ୍ତୁ...

ଶପଥ ନେଲେ ଗିରୀଶ ମୁର୍ମୁ
ଶପଥ ନେଲେ ଗିରୀଶ ମୁର୍ମୁ

ନୂଆଦିଲ୍ଲୀ: ଦେଶର ନୂଆ ସିଏଜି(କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍‌ ଇଣ୍ଡିଆ) ଭାବେ ଶପଥ ଗ୍ରହଣ କଲେ ଜମ୍ମୁ ଓ କାଶ୍ମୀରର ପୂର୍ବତନ ଉପରାଜ୍ୟପାଳ ତଥା ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଛନ୍ତି ।

ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ଏହି ଉତ୍ସବରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ । ଚଳିତ ସପ୍ତାହରେ ଗିରୀଶ ଜମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କୁ ରାଷ୍ଟ୍ରପତି ସିଏଜି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପୂର୍ବତନ ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ମୁର୍ମୁଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି ।

ସୂଚନାଥାଉକି, ଗିରୀଶ ଚନ୍ଦ୍ର ମୁର୍ମୁ ଧାରା 370 ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠିତ ଜମ୍ମୁ ଓ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଥିଲେ । 60 ବର୍ଷୀୟ ମୁର୍ମୁ 1985 ବ୍ୟାଚ ଗୁଜୁରାଟ କ୍ୟାଡରର ଆଇଏଏସ ଅଧିକାରୀ । ସେ 31 ଅକ୍ଟୋବର 2019ରେ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଏଲଜି ଭାବେ ପଦଭାର ସମ୍ଭାଳିଥିଲେ । ମୁର୍ମୁ 9 ମାସ ଏହି ପଦରେ ନିଜ କାର୍ଯ୍ୟ ତୁଲାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 8, 2020, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.