ETV Bharat / bharat

ତିରୁମାଲା ମନ୍ଦିରର ପୂର୍ବତନ ମୁଖ୍ୟ ପୁରୋହିତ କୋରୋନାରେ ମୃତ - କୋରୋନା

ତିରୁମାଲା ମନ୍ଦିରର କାର୍ଯ୍ୟ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି)ର ପୂର୍ବତନ ମୁଖ୍ୟ ପୁରୋହିତ ଶ୍ରୀନିବାସା ମୁର୍ତ୍ତୀ ସୋମବାର କୋରୋନାରେ ପ୍ରାଣ ହରାଇଛନ୍ତି ।

 କୋରୋନା
କୋରୋନା
author img

By

Published : Jul 20, 2020, 4:09 PM IST

ଅମରାବତୀ : ତିରୁମାଲା ମନ୍ଦିରର କାର୍ଯ୍ୟ ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି)ର ପୂର୍ବତନ ମୁଖ୍ୟ ପୁରୋହିତ ଶ୍ରୀନିବାସା ମୁର୍ତ୍ତୀ ସୋମବାର କୋରୋନାରେ ପ୍ରାଣ ହରାଇଛନ୍ତି । ଶ୍ରୀ ଭେଙ୍କଟେଶ୍ୱରା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ସେ ଶେଷ ନିଶ୍ବାସ ତ୍ବାଗ କରିଛନ୍ତି । ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ଶନିବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସୋମବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ଶ୍ରୀନିବାସା ମୁର୍ତ୍ତୀ ମଧୁମେହ ଏବଂ କିଡନୀ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ଥିଲେ । ସେ ଦୁଇ ଦଶନ୍ଧି ଧରି ମୁଖ୍ୟ ପୁରୋହିତ ଭାବରେ କାର୍ଯ୍ୟ କରିଥିଲେ। ତେବେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଅଧୀନରେ ଥିବା ଟିଟିଡି ବୋର୍ଡ ଦ୍ବାରା ସେ 2018ରେ ଅବସର ନେବାକୁ ବାଧ୍ୟ ହୋଇଥିଲେ।

କୋରୋନା ପ୍ରଟୋକଲକୁ ଦୃଷ୍ଟିରେ ରଖି ପୁରୋହିତ ପାରିବାରିକ ରୀତିନୀତି ଅନୁଯାୟୀ ଶ୍ରୀନିବାସ ମୁର୍ତ୍ତୀଙ୍କ ଶେଷ କୃତ ସମ୍ଭବ ନୁହେଁ। ରୀତିନୀତି ଅନୁଯାୟୀ, ଟିଟିଡି ମୃତ ପୁରୋହିତଙ୍କ ପରିବାରକୁ ହାତୀ ଉପରେ ନିଆଁ, ବାଲୁକା କାଠ ଏବଂ ଅନ୍ୟାନ୍ୟ ପବିତ୍ର ଜିନିଷ ପଠାଇଥାନ୍ତି । ସେପଟେ ଶ୍ରୀନିବାସା ମୁର୍ତ୍ତୀଙ୍କ ଦୁଇ ପୁଅ କୋରୋନା ପରୀକ୍ଷା ପାଇଁ ନମୁନା ଦେଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ନରସିଂହ ଦେକ୍ଷୀତୁଲୁ ତିରୁମାଲା ମନ୍ଦିରରେ କାମ କରନ୍ତି ।

ସୂଚନାଯୋଗ୍ୟ ଯେ, ତିରୁମାଲା ମନ୍ଦିରର 50 ପୁରୋହିତଙ୍କ ମଧ୍ୟରୁ 15 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜୁନ 8 ରେ ଦର୍ଶନ ପାଇଁ ପ୍ରସିଦ୍ଧ ମନ୍ଦିର ପୁନର୍ବାର ଖୋଲାଯିବା ପରେ ପୁରୋହିତମାନେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ବ୍ୟତୀତ 140 ଟିଟିଡି କର୍ମଚାରୀ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.