ETV Bharat / bharat

ପରଲୋକରେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ

author img

By

Published : Oct 29, 2020, 12:15 PM IST

Updated : Oct 29, 2020, 1:28 PM IST

କେଶୁଭାଇ ପଟେଲ
କେଶୁଭାଇ ପଟେଲ

12:09 October 29

92 ବର୍ଷରେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ
ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ

ଅହମଦାବାଦ: ପରଲୋକରେ ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା । ଗତ ସେପ୍ଟେମ୍ବର ମାସରେ ସେ କୋରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । 

ତେବେ ନିକଟରେ ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେବାରୁ ତାଙ୍କୁ ଅହମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । କେଶୁଭାଇ 2ଥର ମୁଖ୍ୟମନ୍ତ୍ରୀ ଥିବାବେଳେ 2014ରେ ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । ତେବେ କେଶୁଭାଇଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ।  

  • ରାଜନୈତିକ କ୍ୟାରିଅର-

କେଶୁଭାଇ ପଟେଲ 1960 ଦଶକରେ ଜନସଂଘ କାର୍ଯ୍ୟକର୍ତ୍ତା ଭାବେ ନିଜ ରାଜନୈତିକ କ୍ୟାରୟର ଆରମ୍ଭ କରିଥିଲେ । ସେ ଏହାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ । 1975ରେ ଜନସଂଘ-କଂଗ୍ରେସ ମହାଗଠବନ୍ଧନ ଗୁଜୁରାଟରେ କ୍ଷମତାକୁ ଆସିଥିଲା । ଜରୁରୀକାଳୀନ ପରିସ୍ଥିତି ପରେ 1977 ମସିହାରେ ରାଜକୋଟରୁ କେଶୁଭାଇ ପଟେଲ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ଇସ୍ତଫା ଦେଇଥିଲେ । ପରେ ସେ 1978 ରୁ 1980 ପର୍ଯ୍ୟନ୍ତ ବାବୁଭାଇ ପଟେଲଙ୍କ ଜନତା ମୋର୍ଚ୍ଚା ସରକାରରେ କୃଷି ମନ୍ତ୍ରୀ ଥିଲେ ।  

1978ରୁ 1995 ମଧ୍ୟରେ କାଲାୱାଡ, ଗୋଣ୍ଡାଲ ଏବଂ ବିଶାବାଦରରୁ କେସୁଭାଇ ପଟେଲ ବିଧାନସଭା ନିର୍ବାଚନରେ ​​ଜିତିଥିଲେ । 1980 ରେ ଯେତେବେଳେ ଜନସଂଘ ପାର୍ଟି ବିଲୋପ ହେଲା, ସେତେବେଳେ ସେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ସଂଗଠକ ହୋଇଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସ ବିରୋଧରେ ଏକ ନିର୍ବାଚନ ଅଭିଯାନର ଆୟୋଜନ କରିଥିଲେ ଏବଂ ତାଙ୍କ ନେତୃତ୍ୱରେ 1995 ବିଧାନସଭା ନିର୍ବାଚନରେ ​​ବିଜେପି ଜିତିଥିଲା ।

କେଶୁଭାଇ ପଟେଲ 1995ରେ ପ୍ରଥମ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେ 1998ରୁ 2001 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ଗୁଜୁରାଟ ବିଧାନସଭାର 6 ଥର ସଦସ୍ୟ ରହିଛନ୍ତି । 2012ରେ କେଶୁଭାଇ ବିଜେପି ଛାଡି ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ । ଯାହାର ନାମଥିଲା ‘ଗୁଜୁରାଟ ପରିବର୍ତ୍ତନ ପାର୍ଟି’ । ସେ 2012 ରାଜ୍ୟ ବିଧାନସଭା ନିର୍ବାଚନରେ ବିଶାବାଦର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । କିନ୍ତୁ ପରେ ଅସୁସ୍ଥତା ହେତୁ 2014 ରେ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

Last Updated : Oct 29, 2020, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.