ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ । ହୃଦଘାତରେ ଜେଟଲୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିବାବେଳେ ଦିଲ୍ଲୀ ଏମସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ କିଛି ଦିନର ଅସୁସ୍ଥତା କାରଣରୁ ସେ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ନିଧନର ଦୁଇ ଦିନ ପରେ ନିଶ୍ବାସରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସୂଚନା ଦେଇଥିଲେ । ଗତବର୍ଷ ଅରୁଣଙ୍କ କିଡନୀ ପ୍ରତ୍ୟାରୋପଣ ଯୋଗୁଁ ସେ ଚଳିତବର୍ଷ ନିର୍ବାଚନ ମଧ୍ୟ ଲଢି ନଥିଲେ ।