ETV Bharat / bharat

ସୁଷମା ସ୍ବରାଜଙ୍କ ନିଧନରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଶୋକବ୍ୟକ୍ତ - ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ

କିଏ ତାଙ୍କୁ ମହିୟଷୀ ମହିଳା ଭାବେ ବର୍ଣ୍ଣନା କରୁଛନ୍ତି ତ କିଏ ଦେଶର ଆଇରନ ଲେଡି ଭାବେ । ସୁଷମାଙ୍କ ନିଧନ ପରେ ସାରା ମନ୍ତ୍ରୀମଣ୍ଡଳ ସମେତ ବିଶିଶ୍ଟ ରାଜନେତାଙ୍କ ଶୋକବ୍ୟକ୍ତ

ଡିଜାଇନ ଫଟୋ
author img

By

Published : Aug 7, 2019, 6:17 AM IST

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ସାରାଦେଶରେ ଶୋକର ଛାୟା ଖେଳିଯାଇଛି । ସୁଷମା ଯେତେବେଳେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ଚିକିତ୍ସାଳୟରେ(ଏମ୍ସ) ଭର୍ତ୍ତି ହେଲେ ପ୍ରଥମେ ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଯାଇ ପହଞ୍ଚିଥିଲେ । ପରେ ସୁଷମାଙ୍କ ବିୟୋଗ ଖବର ପାଇ ଜଣେ ପରେ ଜଣେ ନେତା ମନ୍ତ୍ରୀଙ୍କ ଭିଡ ଜମିଥିଲା ଏମ୍ସରେ । ପରେ ଏମ୍ସରେ ଆବଶ୍ୟକ କାର୍ଯ୍ୟ ଶେଷ ପରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସୁଷମାଙ୍କ ପାର୍ଥୀବ ଶରୀର ତାଙ୍କ ବାସଭବନକୁ ଅଣାଯାଇଥିଲା । ବାସଭବନରେ ସାରା ରାତି ସୁଷମାଙ୍କ ଶେଷ ଦର୍ଶନ କରୁଛନ୍ତି ନେତାଙ୍କଠାରୁ ଜନତା । ଏହି ଦୁଃଖଦ ଘଟଣା ପରେ ଦେଶର ବିଭିନ୍ନ ଦଳର ନେତା ନିଜ ନିଜ ଶୋକବ୍ୟକ୍ତ କରିଛନ୍ତି ।

ରାମନାଥ କୋବିନ୍ଦ(ରାଷ୍ଟ୍ରପତି)- ଦେଶ ଆଜି ଜଣେ ତାର ଅତ୍ୟନ୍ତ ପ୍ରିୟ ଝିଅକୁ ହରାଇଲା । ସୁଷମା ସ୍ବରାଜଙ୍କ ନିଧନ ଖବର ବହୁତ ଦୁଃଖଦ । ସୁଷମା ସାର୍ବଜନୀନ ଜୀବନ ରେ ଜଣେ ଗରିମା, ସାହସୀ ଏବଂ ନିଷ୍ଠାପର ପ୍ରତିମୂର୍ତ୍ତୀ ଥିଲେ । ଲୋକଙ୍କର କାମ ପାଇଁ ସେ ସଦାସର୍ବଦା ତତ୍ପର ଥିଲେ । ତାଙ୍କର ଦେଶସେବା ପାଇଁ ଦେଶବାସୀ ସବୁଦିନ ସୁଷମାଙ୍କୁ ମନେ ରଖିବେ ।

ଭେଙ୍କୟା ନାଇଡୁ(ଉପ-ରାଷ୍ଟ୍ରପତି) ସୁଷମା ସ୍ବରାଜଙ୍କ ଆକସ୍ମିକ ମୃ୍ତ୍ୟୁ ମୋତେ ବହୁତ ଦୁଃଖ ଦେଇଛି । ତାଙ୍କର ମୃତ୍ୟୁ ଦେଶ ପାଇଁ ଅପୂରଣୀୟ କ୍ଷତି । ସେ ରାଜନୀତିରେ ଯେଉଁ ସଫଳତା ପାଇଛନ୍ତି ଆଉ କିଏ ପାଇବ ନାହିଁ । ତାଙ୍କର ଅମର ଆତ୍ମା ସଦଗତି ଲାଭ କରୁ ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ନରେନ୍ଦ୍ର ମୋଦି(ପ୍ରଧାନମନ୍ତ୍ରୀ) ସୁଷମାଙ୍କ ନିଧନ ଖବରରେ ମ୍ରିୟମାଣ ପ୍ରଧାନମନ୍ତ୍ରୀ ଭାବୁକ ହୋଇଯାଇଛନ୍ତି । ଟ୍ବିଟ କରି କହିଛନ୍ତି ସୁଷମାଙ୍କ ନିଧନ ଖବର ମୋ ପାଇଁ ବ୍ୟକ୍ତିଗତ ଭାବେ ଅପୂରଣୀୟ କ୍ଷତି । ତାଙ୍କ ସ୍ଥାନ ପୂରଣ କରିବା ସମ୍ଭବ ନୁହେଁ, ସୁଷମାଙ୍କୁ ଦେଶର ସବୁ କ୍ଷେତ୍ର ପାଇଁ ମନେ ରଖାଯିବ । ଏହି ଦୁଃଖଦ ସମୟରେ ମୁଁ ସୁଷମାଙ୍କ ପରିବାର, ସମର୍ଥକ ଓ ପ୍ରଶଂସକଙ୍କ ସହ ଅଛି ।

ଅମିତ ଶାହା(ଗୃହମନ୍ତ୍ରୀ) ସୁଷମା ସ୍ବରାଜଙ୍କ ନିଧନ ବିଜେପି ଏବଂ ଦେଶ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ମୁଁ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ ସୁଷମାଙ୍କ ପରିବାର ଓ ପରିଜନଙ୍କୁ ସମବେଦନା ଜ୍ଞାପନ କରୁଛି ।

ଜେପି ନଡ୍ଡା(କାର୍ଯ୍ୟକାରୀ ସଭାପତି, ବିଜେପି) ସୁଷମା ସ୍ବରାଜଙ୍କ ଏହି ଦୁଃଖଦ ମୃତ୍ୟୁକୁ ମୁଁ ବିଶ୍ବାସ କରିପାରୁନାହିଁ । ତାଙ୍କ ନିଧନ ଖାଲି ବିଜେପି ପାଇଁ ନୁହେଁ ଦେଶର ରାଜନୀତି ପାଇଁ ମଧ୍ୟ ବିରାଟ କ୍ଷତି । ସେ ଜଣେ ଆଦର୍ଶ ଥିଲେ । ତାଙ୍କଠାରୁ ରାଜନୀତିରେ ବହୁ କିଛି ଶିଖିବାକୁ ମିଳିଛି । ତାଙ୍କର ଶେଷ ଟ୍ବିଟ ବହୁତ କିଛି ଦର୍ଶାଉଛି । ଯାହା ତାଙ୍କର ଦେଶ ପାଇଁ କେତେ ନିଷ୍ଠା ବୋଲି କହିଛନ୍ତି ନଡ୍ଡା ।

ପଙ୍କଜା ମୁଣ୍ଡେ (ବିଜେପି ସାଂସଦ) ପଙ୍କଜା ଏକ ଶାୟରୀ ମାଧ୍ୟମରେ ସୁଷମାଙ୍କ ବିୟୋଗରେ ନିଜ ଶୋକ ପ୍ରକାଶ କରିଛନ୍ତି । ‘ଫୁଲ ନହିଁ ହେ ୟେ ଭାରତ କେ ନାରୀ ହେ ,
ଇସ୍ ନାରେ କୋ ବଦଲ କର୍ ଫୁଲ୍ ଭି ହେ ଚିଙ୍ଗାରୀ ହେ ୟେ ଭାରତ୍ କେ ନାରୀ ହେ । କରନେୱାଲୀ ହମାରୀ ଫୁଲ୍ ସୀ କୋମଲ ଔର ଚିଙ୍ଗାରୀ ସୀ ତେଜସ୍ବୀ ନେତା ଆଜ ହମେ ଛୋଡ କର ଚଲୀ ଗୟୀ ।’

ରବିଶଙ୍କର ପ୍ରସାଦ (ଆଇନ ମନ୍ତ୍ରୀ) ସଂସଦରୁ ଫେରିଲା ପରେ ସୁଷମାଙ୍କ ଟ୍ବିଟ ଦେଖିଲି । ପରେ ପରେ ତାଙ୍କ ନିଧନ ହୋଇଗଲା । ମୋ ପାଖରେ ଶବ୍ଦ ନାହିଁ ମୁଁ ଏବେ ବି ନିଃଶବ୍ଦ ।

ନୀତିନ ଗଡକରୀ (କେନ୍ଦ୍ରମନ୍ତ୍ରୀ) ସୁଷମା ସ୍ବରାଜଙ୍କ ବିୟୋଗ ଦେଶ ପାଇଁ, ବିଜେପି ପାଇଁ ଓ ସର୍ବୋପରି ମୋ ପାଇଁ ବିଶେଷ କ୍ଷତି । ତାଙ୍କଠାରୁ ମୁଁ ଅନେକ କିଛି ଶିଖିଛି ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ଡ଼ଃ ହର୍ଷ ବର୍ଦ୍ଧନ (କେନ୍ଦ୍ରମନ୍ତ୍ରୀ) ଆଜି ମୁଁ ମୋ ବଡ ଭଉଣୀଙ୍କୁ ହରାଇଛି । ତାଙ୍କଠାରୁ ମୁଁ ରାଜନୀତି ଶିଖିଛି । ତାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ । ସେ ମୋତେ ଛୋଟ ଭାଇ ପରି ସବୁବେଳେ ପରାର୍ମଶ ଦେବା ସହ ସବୁ କାମ ଶିଖାଉଥିଲେ । ତାଙ୍କ ପାଖରେ ଜ୍ଞାନର ଭଣ୍ଡାର ଥିଲା ।

ଓମ୍ ବିର୍ଲା (ବାଚସ୍ପତି, ଲୋକସଭା) ଜଣେ ସାଂସଦ ଭାବେ ସୁଷମା ଦେଶରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେ ସରକାର, ବିରୋଧୀ ସମସ୍ତଙ୍କୁ ସାଙ୍ଗରେ ଧରି ଆଗକୁ ବଢୁଥିଲେ । ଯେଉଁଥିପାଇଁ ବିରୋଧୀ ଦଳ ମଧ୍ୟ ସୁଷମାଙ୍କୁ ଭଲ ପାଉଥିଲେ ।

ପ୍ରତାପ ଷଡଙ୍ଗୀ (କେନ୍ଦ୍ରମନ୍ତ୍ରୀ) ସୁଷମା ସ୍ବରାଜ ଥିଲେ ଅଦ୍ବିତୀୟ ନାରୀ । ଜଣେ ସୁଦକ୍ଷ ବକ୍ତା । ଜାତି, ଧର୍ମ, ବର୍ଣ୍ଣ ତୁଳନାରେ ସେ ମାନବ ଧର୍ମ ପାଇଁ କାମ କରୁଥିଲେ । ତାଙ୍କର ଅବଦାନ ଏ ଦେଶ କେବେ ଭୁଲିବ ନାହିଁ । ତାଙ୍କ ଆତ୍ମା ସ୍ବର୍ଗପ୍ରାପ୍ତି ହେଉ ।

ପିୟୁଷ ଗୋଏଲ ( କେନ୍ଦ୍ରମନ୍ତ୍ରୀ) ସୁଷମାଙ୍କ ବିୟୋଗ ଆମ ଦଳ ପାଇଁ, ଦେଶ ପାଇଁ ସର୍ବୋପରି ଭାରତୀୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରୁଛି ।

ସାଧ୍ବୀ ନିରଞ୍ଜନା ଜ୍ୟୋତି (କେନ୍ଦ୍ରମନ୍ତ୍ରୀ) ଆଦରଣୀୟ ସୁଷମା ସ୍ବରାଜଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କର ବିଦେଶମନ୍ତ୍ରୀ ଭାବେ କାର୍ଯ୍ୟକାଳ ଅଦ୍ବିତୀୟ । ତାଙ୍କ ବିୟୋଗ ସମସ୍ତଙ୍କ ପାଇଁ ଆପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରୁଛି ।

ପ୍ରଣବ ମୂଖାର୍ଜୀ (ପୂର୍ବତନ ରାଷ୍ଟ୍ରପତି) ସୁଷମାଙ୍କ ବିୟୋଗ ଗଭୀର ଦୁଃଖ ଦେଇଛି । ତାଙ୍କ କାର୍ଯ୍ୟଧାରା ବର୍ଣ୍ଣନା କରିବା ପାଇଁ ଶବ୍ଦ ନାହିଁ । ସେ ଜଣେ ଦକ୍ଷ ସାଂସଦ, ପ୍ରଭାବଶାଳୀ ବକ୍ତା ଉତ୍କୃଷ୍ଟ ମାନବୀୟ ଅଧିକାରୀ ଥିଲେ । ତାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ଦେଶ ସବୁଦିନେ ମନେ ରଖିବ ।

ଗୁଲାମ ନବୀ ଆଜାଦ(କଂଗ୍ରେସ ସାଂସଦ) ଏହି ଖବର ଶୁଣି ମୁଁ ମର୍ମାହତ । ଆମେ କେବେ ଭାବି ନଥିଲୁ ସୁଷମା ଏତେ ଶୀଘ୍ର ଆମକୁ ଛାଡି ଚାଲିଯିବେ । ଆମେ ଗତ 42 ବର୍ଷ ହେଲା ସାଙ୍ଗ ହୋଇ କାମ କରିଆସୁଥିଲୁ । ସେ ମୋ ଭଉଣୀ ଥିଲେ ତାଙ୍କ ଆତ୍ମ ଶାନ୍ତି ଲାଭ କରୁ ଏତିକି ପ୍ରାର୍ଥନା ।

ରାହୁଲ ଗାନ୍ଧୀ( କଂଗ୍ରେସ ନେତା ) ଜଣେ ଭଲ ବନ୍ଧୁ, ଏକ ଅସାଧାରଣ ମହିଳା, ଭଲ ସାଂସଦ, ପ୍ରତିଭାଶାଳୀ ନେତ୍ରୀଙ୍କୁ ହରାଇଛି । ଏହି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି ।

PHOTO
ଫଟୋ ସୌଜନ୍ୟ: ଏଏନଆଇ

ଏହାସହ ବିଜେପି କଂଗ୍ରେସ ସମେତ ଦେଶର ବହୁ ସଂଖ୍ୟାରେ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.