ETV Bharat / bharat

ଆରପାରିରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷନ

author img

By

Published : Nov 11, 2019, 1:35 AM IST

ପରଲୋକରେ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏନ୍‌ ଶେଷନ। ହୃଦଘାତରେ ରବିବାର ରାତି ପ୍ରାୟ 9.30ରେ ସେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା ।

ଆରପାରିରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷନ

ନୂଆଦିଲ୍ଲୀ: ପରଲୋକରେ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷନ। ରବିବାର ରାତିରେ ଚେନ୍ନାଇ ସ୍ଥିତ ବାସଭବନରେ ହୃଦଘାତରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସେ । ମୃତ୍ୟୁବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା ।

ସେ 1990 ଡିସେମ୍ବର 12ରୁ 1996 ଡିସେମ୍ବର 11 ପର୍ଯ୍ୟନ୍ତ ଭାରତର ମୁଖ୍ୟ ନିର୍ବାଚନ କମିଶନର ରୂପେ ଦାୟିତ୍ବ ତୁଲାଇଥିଲେ । ତେବେ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ବ ତୁଲାଇବା ପୂର୍ବରୁ 1989 ମସିହାରେ କ୍ୟାବିନେଟ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ । ସରକାରୀ ସେବା ପାଇଁ ତାଙ୍କୁ 1996 ମସିହାରେ ‘ରମଣ ମାଗାସେସେ’ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।

ତେବେ ଟିଏନ ଶେଷନଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ମୋଦି ଟ୍ବିଟ କରି ଲେଖିଛନ୍ତି, ଶ୍ରୀ ଟିଏନ ଶେଷନ ଜଣେ ଉକୃଷ୍ଟ ଦକ୍ଷ ପ୍ରଶାସକ ଥିଲେ । ସେ ଅତ୍ୟନ୍ତ କଠୋର ନିଷ୍ଠା ଓ ପରିଶ୍ରମରେ ଦେଶର ସେବା କରିଛନ୍ତି । ତାଙ୍କର ପ୍ରୟାସ ଯୋଗୁଁ ଗଣତନ୍ତ୍ର ସୁଦୃଢ ହୋଇପାରିଛି ।

T N Seshan passed away
ଫଟୋ ସୌଜନ୍ୟ: ଟ୍ବିଟର@@narendramodi

Intro:09.11.2019
Radhakanta Mohanty, Kendrapada
Slug-od_kpr_01_bulbul upt_script_7204459
Anchor-କେନ୍ଦ୍ରାପଡ଼ାରେ ବୁଲବୁଲ ପ୍ରଭାବରେ ପବନର ବେଗ କ୍ଷୀପ୍ରତର ହେବାରେ ଲାଗିଛି।ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ଏହାର କରାଳ ରୂପ ଦେଖାଇବା ଆରମ୍ଭ କରିଛି।ରାଜନଗର ବ୍ଲକର ପେଣ୍ଠ,ପ୍ରସନ୍ନପୁର,କଇଥା,ବଡ଼କୁଦ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆପଦକାଳୀନ ଅଧିକାରୀ ସମ୍ବିତ ଶତପଥି।ସେହିପରି ମହାକାଳପଡ଼ା, କେନ୍ଦ୍ରାପଡ଼ା,ରାଜକନିକା ଅଞ୍ଚଳରେ ପବନ ୮୦-୯୦କିମି ବେଗରେ ବହୁଥିବା ବେଳେ ତାଳଚୁଆ ଅଞ୍ଚଳରେ ଗତ ରାତିରେ ୧୦୦କିମି ବେଗରେ ପବନ ବହୁଥିବା ସୂଚନା ମିଳିଛି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.