ETV Bharat / bharat

10 କୋଟି ଟଙ୍କା ଜୋରିମାନା ଦେଲେ ପୂର୍ବତନ ଏଆଇଏଡିଏମକେ ସଚିବ ଶଶିକଳା

ତାମିଲନାଡ଼ୁର ସ୍ବତନ୍ତ୍ର କୋର୍ଟକୁ 10 କୋଟି ଟଙ୍କାର ଜରିମାନା ଦେଲେ ପୂର୍ବତନ ଏଆଇଏଡିଏମକେ ସଚିବ ଭି.କେ ଶଶିକଳା ନଟରାଜନ। 2014 ମସିହାରେ ଆୟବହିଃଭୂତ ସମ୍ପତ୍ତି ରଖିବା ଓ ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଧିକ ପଢ଼ନ୍ତୁ...

author img

By

Published : Nov 18, 2020, 7:37 PM IST

10 କୋଟି ଟଙ୍କା ଜରିମାନା ଦେଲେ ପୂର୍ବତନ ଏଆଇଏଡିଏମକେ ସଚିବ ଶଶିକଳା

ବେଙ୍ଗାଲୁରୁ: ତାମିଲନାଡ଼ୁର ସ୍ବତନ୍ତ୍ର କୋର୍ଟକୁ 10 କୋଟି ଟଙ୍କାର ଜୋରିମାନା ଦେଲେ ପୂର୍ବତନ ଏଆଇଏଡିଏମକେ(AIADMK ) ସଚିବ ଭି.କେ ଶଶିକଳା ନଟରାଜନ। 2014 ମସିହାରେ ଆୟବହିଃଭୂତ ସମ୍ପତ୍ତି ରଖିବା ଓ ଭ୍ରଷ୍ଟାଚାର ମାମଲାରେ ଦୋଷୀ ତାମିଲାନାଡ଼ୁର ସ୍ବତନ୍ତ୍ର କୋର୍ଟ ଶଶିକଳାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିପାଇଁ ତାଙ୍କୁ 4 ବର୍ଷ ଜେଲଦଣ୍ଡ ସହ 10 କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶଶିକଳାଙ୍କ 4 ବର୍ଷ ପୂରଣ ହେବାକୁ ଥିବା ବେଳେ ସେ ଜୋରିମାନା ରାଶି ପୈଠ କରିଥିବା ସୂଚନା ଦେଇଛନ୍ତି ତାଙ୍କ ଓକିଲ।

ଆୟବହିଃଭୂତ ସମ୍ପତ୍ତି ରଖିବା ଓ ଭ୍ରଷ୍ଟାଚାର ମାମଲାରେ ଶଶିକଳାଙ୍କ ସହ ତତ୍କାଳୀନ ତାମିଲନାଡ଼ୁ ମୁ୍ଖ୍ୟମନ୍ତ୍ରୀ ଜୟ ଲଳିତା, ଇଲାଭାରାସି ଏବଂ ସୁଧାକରନ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ସଭିଙ୍କୁ 4 ବର୍ଷ ଜେଲ ଦଣ୍ଡ ସହ 10 କୋଟି ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଜୟ ଲଳିତାଙ୍କୁ ଏହି ମାମଲାରେ 100 କୋଟି ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜଣେ ସରକାରୀ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟରେ ନିୟୋଜିତ କରିବା ଅଭିଯୋଗରେ ଜୟ ଲଳିତାଙ୍କୁ ଅଧିକ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଜରିମାନା ଟଙ୍କା ନଦେଇ ପାରିଲେ ଜେଲ ଦଣ୍ଡ ଏକ ବର୍ଷ ଅଧିକ ବୃଦ୍ଧି କରାଯିବ ବୋଲି ଶୁଣାଣି ହୋଇଥିଲା।

ଏହାପରେ ଶଶିକଳାଙ୍କୁ ବେଙ୍ଗାଲୁରୁ ଜେଲକୁ ପଠାଇ ଦିଆଯାଇଥଇଲା। ତେବେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ଏହି ଜରିମାନା ପୈଠ ହୋଇଥିବା ସୂଚନା ଦେଇଛନ୍ତି ଶଶିକଳାଙ୍କ ଓକିଲ। ଦୁଇଟି ଡିମାଣ୍ଡ ଡ୍ରାଫ୍ଟରେ 5 କୋଟି ଲେଖାଏଁ ଜରିମାନା ଦିଆଯାଇଛି। ଗୋଟିଏ ଡିମାଣ୍ଡ ଡ୍ରାଫ୍ଟ ଆକ୍ସିସ ବ୍ୟାଙ୍କ ନାମରେ ହୋଇଥିବା ବେଳେ ଅନ୍ୟଟି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନାମରେ କରାଯାଇଛି।

2021 ମସିହା ଜାନୁଆରୀ 27 ତାରିଖରେ ଶଶିକଳାଙ୍କ ଜେଲ ଦଣ୍ଡ ଶେଷ ହେଉଛି। ତେବେ ଜେଲରେ ଭିତରେ ଭଲ ଆଚରଣ ଓ ଅଧିକ ପାରୋଲ ନନେଇଥିବାରୁ ସେ ଆଗୁଆ ଜେଲରୁ ମୁକୁଳି ପାରନ୍ତି ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଏହି ନିୟମ ଅନୁଯାୟୀ ଦୋଷୀଙ୍କୁ 129 ଆଗରୁ ଛଡ଼ାଯିବାକୁ ନିୟମ ରହିଛି। ତେବେ କର୍ଣ୍ଣାଟକ ଜେଲ ବିଭାଗର ବିଭିନ୍ନ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଶଶିକଳା ଜେଲରେ ରହିଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ କୌଣସି ମୁହୂର୍ତ୍ତରେ ଶଶିକଳା ଜେଲରୁ ମୁକୁଳି ପାରନ୍ତି ବୋଲି ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.