ETV Bharat / bharat

ହାଇଦ୍ରାବାଦରୁ ବିଦେଶୀ ନାଗରିକ ଗିରଫ

author img

By

Published : Feb 20, 2020, 11:21 AM IST

ହାଇଦ୍ରାବାଦ ପୋଲିସ ବିଦେଶୀ ନାଗରିକକୁ ବେଆଇନ ଭାବରେ ବାସକରୁଥିବା ଅଭିଯୋଗରେ ଗିରଫ କରିଛି । ତାଙ୍କ ନିକଟରୁ ଜାଲ ଭାରତୀୟ ପାସପୋର୍ଟ ଓ ଆଧାର କାର୍ଡ ଜବତ କରାଯାଇଛି । ଅଧିକ ପଢନ୍ତୁ...

foreign-national-arrest-in-hydrabad-for-illegal-staying
ହାଇଦ୍ରାବାଦରୁ ବିଦେଶୀ ନାଗରିକ ଗିରଫ

ହାଇଦ୍ରାବାଦ: ତେଲେଙ୍ଗାନାରୁ ୟେମେନ ନାଗରିକ ଗିରଫ । ଗତକାଲି ହାଇଦ୍ରାବାଦ ପୋଲିସ ବିଦେଶୀ ନାଗରିକକୁ ବେଆଇନ ଭାବରେ ବାସକରୁଥିବା ଅଭିଯୋଗରେ ଗିରଫ କରିଛି । ତାଙ୍କ ନିକଟରୁ ନକଲି ଭାରତୀୟ ପାସପୋର୍ଟ ଓ ଆଧାର କାର୍ଡ ଜବତ କରାଯାଇଛି ।

ସୂଚନା ଅନୁଯାୟୀ ମୁବାରକ ବିନ ଆୱାଦ ନାମକ 30 ବର୍ଷିୟ ୟେମେନ ନାଗରିକକୁ ହାଇଦ୍ରାବାଦର ଗୁଲଜାର କୋଲନୀରୁ ପୋଲିସ ଗିରଫ କରିଛି । ବିଦେଶ ନାଗରିକ ବିରୋଧରେ ପାସପୋର୍ଟ, ବିଦେଶ ନାଗରିକ ଆଇନ ଏବଂ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି ।

ୟେମେନ ନାଗରିକ ନିର୍ଦ୍ଦିଷ୍ଟ କେତେ ଦିନର ଭିସାରେ ଆସି ଭାରତରେ ରହୁଥଲେ, ଏହାପରେ ତାଙ୍କର ଭିସା ଅବଧି ପୂରଣ ହୋଇଯାଇଥିଲା । ତାପରେ ସେ ଭାରତରେ ଜାଲ ଆଧାର କାର୍ଡ ଓ ଭୋଟ ପରିଚୟ ପତ୍ର ପ୍ରଦାନ କରି ଭାରତୀୟ ପାସପୋର୍ଟ ମଧ୍ୟ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.