ETV Bharat / bharat

ବିଦେଶୀ ଗାଈ ମା' ନୁହଁନ୍ତି ମାଉସୀ: ଦିଲ୍ଲୀପ ଘୋଷ

author img

By

Published : Nov 5, 2019, 9:01 PM IST

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ତଥା ମେଦିନପୁର ସାଂସଦ ଦିଲ୍ଲୀପ ଘୋଷଙ୍କ ବିବାଦୀୟ ବୟାନ। ଭାରତୀୟ ଗାଈଙ୍କୁ ମା' ଓ ବିଦେଶୀ ଗାଈ ମାଉସୀ ବୋଲି ବୟାନ ଦେଇଛନ୍ତି ସେ। ଅଧିକ ପଢନ୍ତୁ...

ଫାଇଲ ଫଟୋ

ବର୍ଦ୍ଧମାନ: ପୁଣି ଥରେ ନିଜ ବୟାନ ପାଇଁ ଚର୍ଚ୍ଚାରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ତଥା ମେଦୀନପୁର ସାଂସଦ ଦିଲ୍ଲୀପ ଘୋଷ। ସୋମବାର ସେ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁମାନେ ଗୋମାଂସ ଖାଉଛନ୍ତି ସେମାନେ କୁକୁର ମାଂସ ଖାଇବା ଉଚିତ ବୋଲି କହିଥିଲେ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ସେ ଭାରତୀୟ ଗାଈଙ୍କୁ ମା' ଓ ବିଦେଶୀ ଗାଈ ମାଉସୀ ବୋଲି ବୟାନ ଦେଇଛନ୍ତି।

ଭାରତୀୟ ଦେଶୀ ଗାଈଙ୍କ ଦୁଗ୍ଧରେ ସ୍ବତନ୍ତ୍ର ବିଶିଷ୍ଟତା ପୁରି ରହିଛି । ଏଥିରେ ସୁନା ମିଶ୍ରିତ ବୋଲି ସେ କହିଛନ୍ତି। ଦେଶୀ ଗାଈଙ୍କ କ୍ଷୀର ପାନ କଲେ ବଳ ବୃଦ୍ଧି ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହାସହ ସେ ଆହୁରି କହିଛନ୍ତି ଯେ, ବିଦେଶୀରୁ ଅଣାଯାଉଥିବା ଗାଈ, ଗାଈ ନୁହଁନ୍ତି । ସେମାନେ ଏକ ପ୍ରକାର ପଶୁ। ସେମାନେ ଗୋ ମାତା ନୁହଁନ୍ତି ସେମାନେ ଆମର ମାଉସୀ। ଏଭଳି ମାଉସୀଙ୍କୁ ପୂଜା କରିବା ଦେଶ ପାଇଁ ଅଶୁଭ।

ଏହାସହ ସେ ଗାମାତାଙ୍କୁ ଦୁର୍ବ୍ୟବହାର କରିଲେ ସେମାନଙ୍କ ଅବସ୍ଥା ସାଘାଂତିକ ହେବ ବୋଲି ଚେତାବନୀ ଦେଇଛନ୍ତି।ଏନେଇ ସେ କହିଛନ୍ତି ଯେ, ଗାଈ ଆମର ମା। ଆମେ ଗାଈ କ୍ଷୀର ପିଇ ଜୀବନଧାରଣ କରିଛୁ। ଆମ ମା' ସହ ଯିଏ ଦୁର୍ବ୍ୟବହାର କରିବ, ସେମାନଙ୍କ ସହ ସେଭଳି ବ୍ୟବହାର କରାଯିବ। ପୂର୍ବରୁ ଅନେକ ଥର ବିବାଦୀୟ ବୟାନ ଦେଇଛନ୍ତି ଦିଲ୍ଲୀପ ଘୋଷ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.