ETV Bharat / bharat

'କଂଗ୍ରେସ ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଛି'

author img

By

Published : Jul 20, 2020, 4:04 PM IST

ଏକ ରାଜବଂଶ ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ ବିନାଶ କରିବାକୁ ଚେଷ୍ଟା କରୁଛି। ନିକଟ ଅତୀତରେ ଡୋକଲାମ ହେଉ କିମ୍ବା ବର୍ତ୍ତମାନର ଲଦାଖ ବିବାଦ ହେଉ ରାହୁଲ ଗାନ୍ଧୀ ଭାରତର ସଶସ୍ତ୍ର ବାହିନୀଙ୍କୁ ବିଶ୍ବାସ କରିବା ପରିବର୍ତ୍ତେ ଚୀନକୁ ବିଶ୍ବାସ କରୁଛନ୍ତି ବୋଲି ନଡ୍ଡା କହିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋମବାର କଡା ସମାଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ତାଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତଥ୍ୟ ଉପରେ ଦୁର୍ବଳ ଥିବା କଂଗ୍ରେସ ନେତା ଏହି ବାବଦରେ ବିବୃତ୍ତି ଦେଇ ବୈଦେଶିକ ନୀତି ପ୍ରସଙ୍ଗକୁ ରାଜନୀତିକରଣ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନଡ୍ଡା କହିଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ନଡ୍ଡା କହିଛନ୍ତି, ଏକ ରାଜବଂଶ ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ ବିନାଶ କରିବାକୁ ଚେଷ୍ଟା କରୁଛି। ନିକଟ ଅତୀତରେ ଡୋକଲାମ ହେଉ କିମ୍ବା ବର୍ତ୍ତମାନର ଲଦାଖ ବିବାଦ ହେଉ ରାହୁଲ ଗାନ୍ଧୀ ଭାରତର ସଶସ୍ତ୍ର ବାହିନୀଙ୍କୁ ବିଶ୍ବାସ କରିବା ପରିବର୍ତ୍ତେ ଚୀନକୁ ବିଶ୍ବାସ କରୁଛନ୍ତି । ସେହି ରାଜବଂଶ କାହିଁକି ଦୁର୍ବଳ ଭାରତ ଏବଂ ଶକ୍ତିଶାଳୀ ଚୀନ ଚାହୁଁଛି ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା ।

ନଡ୍ଡା ଆହୁରି କହିଛନ୍ତି ଯେ, ପ୍ରତିରକ୍ଷା ତଥା ବୈଦେଶିକ ନୀତି ପ୍ରସଙ୍ଗରେ ରାଜନୀତିକରଣ କରିବାର ପ୍ରୟାସ 1962 ମସିହାର ପାପ ଧୋଇବା ଏବଂ ଭାରତକୁ ଦୁର୍ବଳ କରିବା ପାଇଁ କଂଗ୍ରେସର ନିରାଶାକୁ ଦର୍ଶାଉଛି । 1950 ଦଶକରୁ ଚୀନ ସେହି ରାଜବଂଶରେ ରଣନୈତିକ ପୁଞ୍ଜି ବିନିଯୋଗ କରିଛି । ଯାହା ସେମାନଙ୍କୁ ଲାଭ ପହଞ୍ଚାଇଛି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କାର୍ଯ୍ୟକାଳ ମଧ୍ୟରେ ଚୀନ ଭାରତୀୟ ଜମି ଅକ୍ତିଆର କରିଛି ବୋଲି ବିଜେପି ମୁଖ୍ୟ କହିଛନ୍ତି ।

ତେବେ 130 କୋଟି ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କ ଗଭୀର ରହିଛି । ମୋଦି ଲୋକମାନଙ୍କ ପାଇଁ ବଞ୍ଚନ୍ତି ଏବଂ କାର୍ଯ୍ୟ କରନ୍ତି । ଯେଉଁମାନେ ତାଙ୍କୁ ବିନାଶ କରିବାକୁ ଚାହାଁନ୍ତି ସେମାନେ କେବଳ ନିଜ ଦଳକୁ ବିନାଶ କରିବେ ବୋଲି ନଡ୍ଡା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.