ETV Bharat / bharat

ବଢିଲା ଅମରନାଥ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା

ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଅମରନାଥ ଯାତ୍ରା । ଏହି ଯାତ୍ରାପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହା ସହିତ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଯାତ୍ରୀମାନଙ୍କୁ ମାଗଣାରେ ଖାଦ୍ୟ, ବାସଗୃହ ଓ ମେଡିକାଲ ସୁବିଧା ଯୋଗାଇ ଦିଆଯାଉଛି ।

author img

By

Published : Jul 2, 2019, 2:26 PM IST

ଫଟୋ ସୌଜନ୍ୟ: ଏଏନଆଇ

ଶ୍ରୀନଗର: ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଅମରନାଥ ଯାତ୍ରା । ଏହି ଯାତ୍ରାର ପ୍ରଥମ ବ୍ୟାଚ ସୋମବାର ପାହାଲଗାମରେ ପହଞ୍ଚି ସାରିଛନ୍ତି । ତେବେ ଚଳିତ ବର୍ଷ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ମାଗଣାରେ ଖାଦ୍ୟ, ବାସଗୃହ ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ ବୋଲି ଲାନଗାର କମିଟି ସୂଚନା ଦେଇଛି ।

ସେହିପରି ରାସ୍ତା ପାଶ୍ବରେ ବିଭିନ୍ନ ଏଷ୍ଟାବ୍ଲିସଡ୍ ୱାସରୁମ ଓ ଲଜ୍ ସୁବିଧା କରାଯାଇଛି । ଏହାସହ ଟେଣ୍ଟ ହାଉସ ମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଇଛି । ପ୍ରଥମ ଯାତ୍ରୀମାନଙ୍କୁ ମିଳିଥିବା ସୁବିଧାରେ ସେମାନେ ଖୁସିଥିବା ହାଇଦ୍ରାବାଦରୁ ଯାଇଥିବା ପ୍ରଥମ 20 ଜଣିଆ ବ୍ୟାଚ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଲାନଗାର କମିଟି ଦ୍ବାରା ଦିଆଯାଉଥିବା ଉପମା ଓ ପୋହା ବହୁତ ସୁସ୍ବାଦୁ ବୋଲି ସେମାନେ କହିଛନ୍ତି । ଏହାସହ ସୁରକ୍ଷାକର୍ମୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି ।

ଖବର ଅନୁଯାୟୀ, ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅମରନାଥ ଯାତ୍ରୀଙ୍କ ସଂଖ୍ୟା ମାତ୍ରାଧିକ ବଢିଛି । 46 ଦିନ ଧରି ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ରବିବାର ସକାଳ ସମୟରେ ଜମ୍ମୁକାଶ୍ମୀର ରାଜ୍ୟପାଳ କେ. କେ ଶର୍ମା ଉଦଘାଟନ କରିଛନ୍ତି । ପ୍ରଥମ ଥର ପାଇଁ ଯାତ୍ରୀ ନିବାସ କ୍ୟାମ୍ପରୁ 93 ଟି ଗାଡି ବାହାରି 2,234 ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ।

ତେବେ ଅମରନାଥ ହେଉଛି ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥଳୀ । ଏହା ସମୁଦ୍ର ପତନଠାରୁ 3,888 କିମି ଉଚ୍ଚତାରେ ଅବସ୍ଥିତ । ଏହି ଯାତ୍ରା 36 କିମି ଦୂରରେ ଥିବା ଅନନ୍ତନାଗ ଜିଲ୍ଲାର ପାହାଲଗାମ ଟ୍ରାକରୁ ଆରମ୍ଭ ହୋଇ ଗାନ୍ଧାରବାଲ ଜିଲ୍ଲାରେ ଶେଷ ହୁଏ । ଯାତ୍ରାର ଏହି 46 ଦିନର ଅବଧିରେ ପ୍ରତିବର୍ଷ ଦୂରଦୁରାନ୍ତରୁ ଲକ୍ଷଲକ୍ଷ ଭକ୍ତ ଆସିଥାନ୍ତି ।

Intro:Body:

sdfsf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.