ETV Bharat / bharat

ଯାଆନ୍ତୁ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଗୁମ୍ଫା,  ଦିନକୁ ଚାର୍ଜ କେବଳ 990 - rented

ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଗୁମ୍ଫାରେ ରହିଲେ ଦିନକୁ କେବଳ 990 ଟଙ୍କା ଭଡା ଦେବାକୁ ପଡିଥାଏ । ଏଠାରେ  ଅନେକ ପ୍ରକାରର ଅତ୍ୟାଧୁନିକ ସୁଖ ସୁବିଧା ଉପଲବ୍ଧ ଅଛି । ବିଜୁଳି, ପାଣିଠାରୁ ଆରମ୍ଭ କରି ଶୋଇବା ପାଇଁ ଖଟ, ଶୌଚାଳୟ ଏବଂ ଟେଲିଫୋନ ଭଳି   ସମସ୍ତ ଆଧୁନିକ ସୁବିଧା ଉପଲବ୍ଧ ରହିଛି ।

ଫାଇଲ ଫଟୋ
author img

By

Published : May 19, 2019, 9:49 PM IST

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଗୁମ୍ଫା । ଏହାକୁ ନେଇ ଲୋକେ ବିଭିନ୍ନ କଥା କହୁଥିବା ବେଳେ ଏବେ ଏହି ଗୁମ୍ଫା ସମ୍ପର୍କରେ ଅନେକ କଥା ସାମ୍ନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ଏହି ଗୁମ୍ଫାର କିଛି ଅଜଣା ତଥ୍ୟ ।

ଏହି ଗୁମ୍ଫାରେ ରହିଲେ ଦିନକୁ କେବଳ 990 ଟଙ୍କା ଭଡା ଦେବାକୁ ପଡିଥାଏ । ଏଠାରେ ଅନେକ ପ୍ରକାରର ଅତ୍ୟାଧୁନିକ ସୁଖ ସୁବିଧା ଉପଲବ୍ଧ ଅଛି । ବିଜୁଳି, ପାଣିଠାରୁ ଆରମ୍ଭ କରି ଶୋଇବା ପାଇଁ ଖଟ, ଶୌଚାଳୟ ଏବଂ ଟେଲିଫୋନ ଭଳି ସମସ୍ତ ଆଧୁନିକ ସୁବିଧା ଉପଲବ୍ଧ ରହିଛି । ଗୁମ୍ଫାଟି ପଥରରେ ନିର୍ମାଣ କରାଯାଇଥିବା ବେଳେ ଏହାର ପ୍ରବେଶ ଦ୍ବାର କାଠରେ ନିର୍ମିତ ହୋଇଛି । ଏଥିରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରି ଭୋଜନ ସହ ଦିନରେ 2 ଥର ଚା’ ମଧ୍ଯ ଯୋଗାଇ ଦିଆଯାଏ ।

କେଦାରନାଥ ମନ୍ଦିରରୁ 1 କିମି ଦୂରରେ ଅବସ୍ଥିତ ଏହି ଗୁମ୍ଫାର ନିର୍ମାଣ ନେହେରୁ ପର୍ବତାରୋହଣ ସଂସ୍ଥା ଦ୍ୱାରା କରାଯାଇଛି । ଏଭଳି ଗୁମ୍ଫା ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପଦେଶ ଦେଇଥିଲେ । ଏହା ପରେ ଏହି ଗୁମ୍ଫା ନିର୍ମାଣ କରାଯାଇଥିଲା ବୋଲି ଏହି ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତରାଖଣ୍ଡରେ କେଦାରନାଥ ଧାମ ପହଞ୍ଚିଥିଲେ। ସେଠାରେ ସେ କେଦାରନାଥ ମନ୍ଦିରରେ ପୂଜା-ଅର୍ଚ୍ଚନା କରିବା ପରେ ସାଧନା ପାଇଁ ଏକ ଗୁମ୍ଫାରେ ପହଞ୍ଚିଥିଲେ। ରବିବାର ସକାଳ ପର୍ଯ୍ୟନ୍ତ ଏହି ଗୁମ୍ଫାରେ ସେ ଧ୍ୟାନ କରିଥିଲେ ।

ସ୍ଲଗ- ଚିକିତ୍ସା ପାଇଁ ନିଜ କୋଳର ଶିଶୁକୁ ବନ୍ଧା ପକାଇଲା ମା।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 22/03/2019
ଆଙ୍କର- slog -ଶିଶୁ କନ୍ୟା ଉଦ୍ଧାର ୲
date -22/03/19
format -avb
report -jaleshwar
ଆଙ୍କର - ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଜଣେନଅଭାବି ମାଆର କରୁଣ କାହାଣୀ ଦେଖିବାକୁ ମିଳିଛି। ରୋଗ ଯନ୍ତ୍ରଣା ସହି ନ ପାରି ଜଣେ ଅଭାବୀ ମା ନିଜ ଶିଶୁକୁ ବନ୍ଧକ ରଖିଥିବା ଜଣାପଡିଛି। ରୋଗର ଚିକିତ୍ସା ପାଇଁ ୪୦୦୦ ହଜାର ଟଙ୍କା ରେ ଶିଶୁକନ୍ୟାକୁ ବନ୍ଧା ପକାଇଛି ମା।
ସତରେ କି କରୁଣ ଦୃଶ୍ୟ ଆଜି ବାଲେଶ୍ୱରରେ ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁସାରେ, ବସ୍ତା ଥାନା ଅଧୀନ ପଦାବଡ଼ଙ୍ଗା ଗ୍ରାମର ବିନ୍ଦେଶ୍ବର ସାହୁଙ୍କ ଝିଅ ଶାନ୍ତିଲତା ‌। ପଶ୍ଚିମବଙ୍ଗ ଦାନ୍ତୁନ ଥାନା ଏକତା ପୁର ଅଂଚଳରେ ବିବାହ କରିଥିଲେ ମଧ୍ୟ ପାରିବାରିକ କଳହରୁ ବାପ ଘରେ ରହୁଥିଲେ, ଶାନ୍ତିଲତା ର ଗୋଟିଏ ଝିଅ ଥିଲେ ମଧ୍ୟ ପୁଣି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ଅସୁସ୍ଥ ହୋଇପଡ଼ିଥିଲେ। ଆର୍ଥିକ ଅଭାବରୁ  ନିଜର ଚିକିତ୍ସା କରିବାରେ ସେ ହୋଇଥିଲେ ଅସମର୍ଥ। 10 ମାସ ପରେ ନିଜର ଅବସ୍ଥା ଗୁରୁତର ହେବାରୁ ସାନ ଝିଅକୁ ପଡୋଶୀ ନୂଆ ପଡା ଗାଁର ଜଲି ଜେନାକୁ ବନ୍ଧକ ଦେଇ ୪୦୦୦ ଟଙ୍କା ଆଣି ନିଜ ଚିକିତ୍ସା ବାବଦରେ ଖର୍ଚ୍ଚ କରିଥିଲେ। ସର୍ତ ଥିଲା ଭଲ ହୋଇଗଲେ ଟଙ୍କା ସୁଝିଦେବେ ଓ ଝିଅକୁ ଫେରାଇ ନେବେ । ଆଠ ମାସ ପରେ ଶାନ୍ତିଲତା ସୁସ୍ଥ ହେବାରୁ ସେ ନିଜ ଝିଅକୁ ଜଲି ଜେନାଙ୍କ ଠାରୁ ଫେରାଇ ବାକୁ ଚାହିଁଲେ ମାତ୍ର ଜଲି ଜେନା ନିଃ ସନ୍ତାନ ଥିବାରୁ ମାତୃ ସ୍ନେହରେ ପାଗଳ ହୋଇଯାଇଥିଲେ। ଆଠ ମାସ ପାଳିଥିବା ଝିଅକୁ ଫେରାଇବାକୁ ଅମଙ୍ଗ ହେଲେ। ପରେ ଶାନ୍ତିଲତା ବସ୍ତା ଥାନାରେ ଏବିଷୟରେ ମୌଖିକ  ଅଭିଯୋଗ କରିଥିଲେ। ବସ୍ତା ଥାନା ଓ ଶିଶୁ ସୁରକ୍ଷା ବିଭାଗର ପରିଚାଳକ ପ୍ରଶାନ୍ତ ରାଉତଙ୍କ ସହାୟତାରେ ଆଜି ବସ୍ତା ଥାନାରେ ଶାନ୍ତିଲତା ତାଙ୍କର ଜନ୍ମିତ ଝିଅକୁ ଫେରିପାଇଥିଲେ। ହେଲେ ଆଠ ମାସ ଧରି ମାଆର ମମତା ଦେଇ ପାଳନ କରିଥିବା ଜଲି ଜେନା ମାତୃ ସ୍ନେହରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିଲା।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.