ହାଇଦ୍ରାବାଦ: ଆମ ପେଟରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ଅଛନ୍ତି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ହେଲେ ଏମିତି କିଛି ବ୍ୟାକ୍ଟେରିଆ ମଧ୍ୟ ଅଛନ୍ତି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇଥାନ୍ତି । ସେମାନଙ୍କୁ ପେଟରୁ ସମ୍ପୂର୍ଣ୍ଣ ଭାବେ ବାହାର କରିବା ଅତ୍ୟନ୍ତ ଜରୁରୀ ଅଟେ । ଯେତେବେଳେ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟରେ ରହି ଥାଆନ୍ତି, ସେତେବେଳେ ଆମ ପାଟିକୁ ବାରମ୍ବାର ଛେପ ଆସିବା ଭଲି ସମସ୍ୟା ଉପୁଜିଥାଏ । ତେବେ ଘରୋଇ ଉପାୟ ଦ୍ବାରା ପେଟରେ ଉପସ୍ଥିତ କ୍ଷତିକାରକ କୀଟମାନଙ୍କୁ ମାରିବାରେ ସାହାଯ୍ୟ ହୋଇପାରିବ ।
ପେଟରେ କେଉଁ ପ୍ରକାରର ଜୀବାଣୁ ରହିଥାନ୍ତି ?
ମଣିଷ ପେଟରେ ଫର୍ମିକ୍ୟୁଟ୍, ବ୍ୟାକ୍ଟେରିଆ, ଏକ୍ଟିନୋବ୍ୟାକ୍ଟେରିଆ ଏବଂ ପ୍ରୋଟୋବ୍ୟାକ୍ଟେରିଆ ମିଳିଥାଏ । ସେଗୁଡିକ ଆମ ପେଟ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ପେଟରେ କିଛି କ୍ଷତିକାରକ ପରଜୀବୀ ମଧ୍ୟ ମିଳିଥାଏ, ଯାହା ହଜମକୁ ନଷ୍ଟ କରିଥାଏ ଏବଂ ଆମ ଶରୀର ପାଇଁ ଜରୁରୀ ପୋଷକ ତତ୍ତ୍ୱ ଖାଇଯାଇଥାଏ । ଏହି କାରଣରୁ ଆମ ଶରୀରରେ କିଛି ରୋଗ ହେବାର ଆଶଙ୍କା ମଧ୍ୟ ବଢିଯାଏ ।
କ’ଣ ରହିଛି ଘରୋଇ ଉପଚାର ?
ପେଟରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆକୁ ମାରିବା ପାଇଁ, ଯେଉଁ ଘରୋଇ ଉପଚାର ରହିଛି, ତାହା ପ୍ରକୃତରେ ଲେମ୍ବୁ ସହିତ ପ୍ରସ୍ତୁତ ହେବ । ଲେମ୍ବୁ ହେଉଛି ଏକ ଖାଦ୍ୟ ଯାହାକୁ ଆମେ ଅତି ସହଜରେ ପାଇଥାଉ ଏବଂ ଏହା ମଧ୍ୟ ଅନେକ ଲୋକ ନିୟମିତ ଭାବରେ ଖାଦ୍ୟରେ ବ୍ୟବାହର କରିଥାନ୍ତି । ଏଥିରେ ପୁଷ୍ଟିକର ଉପାଦାନ ସହିତ ଭିଟାମିନ୍-ସି ଏବଂ ସାଇଟ୍ରିକ୍ ଏସିଡ ର ସମୃଦ୍ଧ ଉତ୍ସ ବୋଲି ବିଶ୍ୱାସ କରାଯାଏ । ପେଟରେ ଥିବା ଖରାପ ବ୍ୟାକ୍ଟେରିଆକୁ ମାରିବା ପାଇଁ ଏହା ଉତ୍ତମ ଭାବରେ କାର୍ଯ୍ୟ କରିପାରିବ ।
ଲେମ୍ବୁ କିପରି ମାରିବ ଖରାପ ବ୍ୟାକ୍ଟେରିଆ
ପେଟରେ ଥିବା ଖରାପ ବ୍ୟାକ୍ଟେରିଆକୁ ମାରିବା ପାଇଁ ପ୍ରଥମେ ଲେମ୍ବୁ କାଟି ଏହାର ରସକୁ ଭଲ ଭାବରେ ବାହାର କରନ୍ତୁ । ଏକ ଗ୍ଲାସ ପାଣି ନେଇ ସେଥିରେ ଲେମ୍ବୁ ରସ ଏବଂ ଏକ ଚାମଚ ଲୁଣ ମିଶାନ୍ତୁ । ବର୍ତ୍ତମାନ ଏହାକୁ ପିଅନ୍ତୁ । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଏବଂ ସାଇଟ୍ରିକ୍ ଏସିଡ୍ ମାରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବ। ଏହି ପାଣିକୁ ସପ୍ତାହରେ ଅତି କମରେ 2 ଥର ପିଅନ୍ତୁ । ଆପଣ ନିଜେ ଆଶ୍ବସ୍ତି ଅନୁଭବ କରିବେ ଏବଂ ଆପଣ ମଧ୍ୟ ପେଟରେ ହାଲୁକା ଅନୁଭବ କରିବେ । ଆପଣଙ୍କଥିବା ସମସ୍ୟା ମଧ୍ୟ ଦୂର ହେବ ।