ETV Bharat / bharat

ଚାଣକ୍ୟଙ୍କ ଏହି 4 ବଚ୍ଚନ ଆପଣଙ୍କୁ କରାଇବ ଧନବାନ - ଧନପ୍ରାପ୍ତି

ଆଜି ବି ଚାଣକ୍ୟ ନିତି ଘରେ ଘରେ ପରିଚିତ । ଜୀବନରେ କେଉଁଭଳି ସର୍ବଦା ଧନପ୍ରାପ୍ତି କରିହେବ ଏନେଇ ଚାଣକ୍ୟ 4ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରତିପାଦନ କରିଛନ୍ତି । ଆସନ୍ତୁ ନଜର ପକାଇବା ସେହି ତଥ୍ୟ ଉପରେ...

ଚାଣକ୍ୟଙ୍କ ଏହି 4 ବଚ୍ଚନ ଆପଣଙ୍କୁ କରାଇବ ଧନବାନ

author img

By

Published : Jun 10, 2020, 1:46 AM IST

ହାଇଦ୍ରବାଦ: ମୌର୍ଯ୍ୟ କାଳରେ ମହାନ୍ ଦାର୍ଶନିକ ଆଚାର୍ଯ୍ୟ କୌଟିଲ୍ୟଙ୍କୁ ଚାଣକ୍ୟ ନାମରେ ଜଣା ପ୍ରସିଦ୍ଧ ଥିଲେ । ସେ ତକ୍ଷଶିଳା ବିଶ୍ବବିଦ୍ୟାଳୟର ଆଚାର୍ଯ୍ୟ ଥିଲେ । ସେ ନିଜ ସିଦ୍ଧାନ୍ତକୁ ସତ୍ୟ ରୂପେ ସମସ୍ତ ସାମ୍ନାରେ ରଖିଥିଲେ । ତାଙ୍କ ସିଦ୍ଧାନ୍ତ ସର୍ବଦା ବାସ୍ତବ ଜୀବନ ସହ ଜଡିତ ହୋଇଥାଏ । ତେଣୁ ଆଜିବି ଚାଣକ୍ୟ ନିତୀ ଘରେ ଘରେ ପରିଚିତ । ଜୀବନରେ କେଉଁଭଳି ସର୍ବଦା ଧନପ୍ରାପ୍ତି କରିହେବ ଏନେଇ ଚାଣକ୍ୟ 4ଟି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରତିପାଦନ କରିଛନ୍ତି । ଆସନ୍ତୁ ନଜର ପକାଇବା ସେହି ତଥ୍ୟ ଉପରେ...

ଚାଣକ୍ୟଙ୍କ ବଚ୍ଚନ ଅନୁସାରେ, ଘରକୁ ଧନର ପ୍ରବେଶ ସେତେବେଳେ ହୁଏ ଯେତେବେଳ ଉକ୍ତ ଘରର ବାତାବରଣ ଲକ୍ଷ୍ମୀଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ଥାଏ । ଅର୍ଥାତ ଲକ୍ଷ୍ମୀ ସର୍ବଦା ସେଠାରେ ରହିବାକୁ ଭଲ ପାଇଥାଆନ୍ତି ଯେଉଁଠି ଶାନ୍ତି ଥାଏ । ଯେଉଁଘରେ ପରସ୍ପର ପ୍ରତି ଭଲ ପାଇବା ଆଦର ରହିଥାଏ ସେଠାରେ ମାଆ ଲକ୍ଷ୍ମୀ ସର୍ବଦା ବିଦ୍ୟମାନ ଥାଆନ୍ତି । ଯେଉଁ ଘର ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ନିରନ୍ତର ରହିଥାଏ ସେଠାରେ ଲକ୍ଷ୍ମୀ ସର୍ବଦା ବାସ କରିଥାଆନ୍ତି । ଏହାସହ ସେ ଘରେ ସର୍ବଦା ଆର୍ଥିତ ସମୃଦ୍ଧି ଲାଗି ରହିଥାଏ ।

କୁହାଯାଏ ଯେଉଁ ବ୍ୟକ୍ତିର ମୁଖରୁ ସର୍ବଦା କଟୁ ବଚ୍ଚନ ବାହାରିଥାଏ । ନିଜ ବଚ୍ଚନ ଦ୍ବାରା ସେ ଅନ୍ୟଙ୍କୁ ଦୁଃଖ ଦେଇଥାଏ ସେପରି ଘରେ ଲକ୍ଷ୍ମୀ ବାସ କରିନଥାଆନ୍ତି । କଟୁ ଭାଷାର ବ୍ୟବହାର କରୁଥିବା ବ୍ୟକ୍ତି ମଧ୍ୟ ନିଜ ଜୀବନରେ ସର୍ବଦା ଦୁଃଖ ଭୋଗ କରିଥାଏ । ମାତ୍ର ଯେଉଁ ବ୍ୟକ୍ତି ସର୍ବଦା ମଧୁର ବଚ୍ଚନ କହିଥାଏ । ସେଠାରେ ଲକ୍ଷ୍ମୀ ରହିବାକୁ ଭଲ ପାଆନ୍ତି । ସେହି ବ୍ୟକ୍ତି ଘରେ ଧନର କୌଣସି ଅଭାବ ନଥାଏ ।

ଚାଣକ୍ୟ ନୀତି ଅନୁସାରେ, ବ୍ୟକ୍ତିର ଆର୍ଥିକ ଲାଭ ସେତେବେଳେ ସମ୍ଭବ ହୋଇଥାଏ ଯେବେ ବ୍ୟକ୍ତି ନିଜ କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ଉଚିତ ସମ୍ମାନ ଦେଇଥାଏ । ଏହାସହ ସମସ୍ତଙ୍କ ସହ ଏକାଠି ମିଶି କାର୍ଯ୍ୟ କରିଥାଏ । ଏହାଦ୍ବାରା ମାଆ ଲକ୍ଷ୍ମୀ ତା ଉପରେ ପ୍ରସନ୍ନ ହୋଇଥାଆନ୍ତି ।

ସେହିପରି ଚାଣକ୍ୟ ବଚ୍ଚନରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ଯେଉଁ ବ୍ୟକ୍ତି ଦାନ, ପୂଣ୍ୟ କରିଥାଏ ତାହା ଉପେର ମାଆ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାଆନ୍ତି । ସେହି ବ୍ୟକ୍ତି ଜୀବନରେ କେବେବି ଧନର ଅଭାବ ଦେଖାଦିଏ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.