ETV Bharat / bharat

ତିନି ଦକ୍ଷିଣୀ ରାଜ୍ୟରେ କଣ୍ଟାକ୍ଟ ଟ୍ରେସିଂ ଉପରେ ବିଶେଷ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ - Centre To 3 Southern States Focus On Contact Tracing

ତାମିଲନାଡୁ, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ କୋଭିଡ-19 ମୃତ୍ୟୁ ହାର କମାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ପରାମର୍ଶ । କଣ୍ଟାକ୍ଟ ଟ୍ରେସିଂ ସହ ଅନ୍ୟ ପ୍ରାଥମିକ ଚିକିତ୍ସା ଉପରେ ଦିଆଯାଉ ଅଧିକ ଗୁରୁତ୍ତ୍ବ ।

ତିନି ଦକ୍ଷିଣୀ ରାଜ୍ୟରେ କଣ୍ଟାକ୍ଟ ଟ୍ରେସିଂ ଉପରେ ବିଶେଷ ଗୁରୁତ୍ତ୍ବ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

author img

By

Published : May 9, 2020, 10:23 AM IST

ନୂଆଦିଲ୍ଲୀ: ତାମିଲନାଡୁ, ତେଲେଙ୍ଗାନା ଏବଂ କର୍ଣ୍ଣାଟକକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ତାଗିଦ । କୋଭିଡ-19 ମାମଲାରେ କମ୍ ମୃତ୍ୟୁହାରକୁ ବଜାୟ ରଖିବା ପାଇଁ ପ୍ରଭାବଶାଳୀ ନୀରିକ୍ଷଣ, କଣ୍ଟାକ୍ଟ ଟ୍ରେସିଂ ଏବଂ ପ୍ରାଥମିକ ନିରାକରଣ ଉପରେ ଧ୍ୟାନ ଦେବାକୁ କହିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ଯେଉଁ ଜିଲ୍ଲାରେ ଗତ 14 ଦିନ ମଧ୍ୟରେ ଗୋଟିଏ ବି ମାମଲା ରିପୋର୍ଟ ହୋଇନାହିଁ ସେଠାରେ ଶ୍ବାସକ୍ରିୟା ସଂକ୍ରମଣ କିମ୍ବା ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ତୀକ୍ଷ୍ଣ ନଜର ରଖାଯାଉ । ଏହାଦ୍ବାରା ପ୍ରାଥମିକ ପର୍ଯ୍ୟାୟରେ ହିଁ ରୋଗର ଚିହ୍ନଟ କରାଯାଇ ଚିକିତ୍ସା କରାଯାଇପାରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସଂକ୍ରମଣର ସମ୍ଭାବନାକୁ ଏଡ଼ାଇବା ତଥା ହ୍ରାସ କରିବା ପାଇଁ ସମସ୍ତ ସ୍ୱାସ୍ଥ୍ୟସେବାରେ ସଂକ୍ରମଣ, ପ୍ରତିରୋଧ ଏବଂ ନିୟନ୍ତ୍ରଣ (ଆଇପିସି) ଅଭ୍ୟାସ ଗ୍ରହଣ କରିବାକୁ ମନ୍ତ୍ରୀ ରାଜ୍ୟମାନଙ୍କୁ କହିଛନ୍ତି ।

ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଓଡିଶା ଭଳି ରାଜ୍ୟ ସହ ଅନେକ ବୈଠକ କରିଛନ୍ତି । ଏହାସହ ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟାବସ୍କର, ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ଏଟେଲା ରାଜେନ୍ଦ୍ର, ଏବଂ କର୍ଣ୍ଣାଟକର ଡାକ୍ତରୀ ଶିକ୍ଷା ମନ୍ତ୍ରୀ କେ ସୁଧାକରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ହର୍ଷ ବର୍ଦ୍ଧନ କୋଭିଡ-19 ପରିଚାଳନା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ଶୁକ୍ରବାର ସୁଦ୍ଧା ତାମିଲନାଡୁ, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ 37, 30 ଏବଂ 29 କୋଭିଡ-19 ମୃତ୍ୟୁହାର ପଞ୍ଜିକୃତ ହୋଇଛି । ଏହାସହ ଶୁକ୍ରବାର ସକାଳ 8 ଟା ପର୍ଯ୍ୟନ୍ତ 5409, 1123 ଏବଂ 705 ମାମଲା ରିପୋର୍ଟ ହୋଇଛି । ଦେଶରେ କୋଭିଡ-19ର ମୁକାବିଲା ପାଇଁ ସମସ୍ତ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ବର୍ଦ୍ଧନ କହିଛନ୍ତି କୋଭିଡ-19 ପାଇଁ ଡାକ୍ତରଖାନା, ବିଚ୍ଛିନ୍ନତା ଏବଂ ଆଇସିୟୁ ବେଡ୍ ଏବଂ କ୍ବାରେନଣ୍ଟାଇନ ସୁବିଧା ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟର ମିଳିତ ପ୍ରୟାସରେ ଉପଯୁକ୍ତ ପଦକ୍ଷେପ ନିଆଯାଉଛି । ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ ହେତୁ କୌଣସି ଘଟଣାର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ ଅଛୁ । ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ତଥା ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ପୋଲିସ ଏବଂ ପାରାମିଲିଟାରୀ କର୍ମଚାରୀଙ୍କ କାର୍ଯ୍ୟକୁ ସେ ଭୁରିଭୁରି ପ୍ରଶଂସା କରିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.