ନୂଆଦିଲ୍ଲୀ: ଦେଶର 10ଟି ସାର୍ବଜନୀନ ବ୍ୟାଙ୍କକୁ 4ଟି ପ୍ରମୁଖ ବ୍ୟାଙ୍କରେ ପରିଣତ କରାଯିବ । ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କକୁ ଏକତ୍ରୀକରଣ କରାଯିବ । ଯାହାଫଳରେ ଏହା ଦେଶର ଦେଶର ଦ୍ବିତୀୟ ବୃହତ ବ୍ୟାଙ୍କରେ ପରିଣତ ହେବ । ଏକତ୍ରୀକରଣ ପରେ ଦ୍ବିତୀୟ ପ୍ରମୁଖ ବ୍ୟାଙ୍କର ବ୍ୟବସାୟ ପରିମାଣ 17.94 ଲକ୍ଷ କୋଟି ଟଙ୍କା ରହିବ ।
ସେହିପରି କାନାଡା ବ୍ୟାଙ୍କ ସିଣ୍ଡିକେଟ ବ୍ୟାଙ୍କ ସହ ମିଳିତ ହୋଇ 4ର୍ଥ ବୃହତ ବ୍ୟାଙ୍କରେ ପରିଣତ ହେବେ । 4ର୍ଥ ବୃହତ ବ୍ୟାଙ୍କର ବ୍ୟବସାୟ ପରିମାଣ 15.20 ଲକ୍ଷ କୋଟି ଟଙ୍କା ରହିବ । ୟୁନିୟନ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ମିଳିତ ହୋଇ 5ମ ବୃହତ ବ୍ୟାଙ୍କରେ ପରିଣତ ହେବେ । 5ମ ବୃହତ ବ୍ୟାଙ୍କର ବ୍ୟବସାୟ ପରିମାଣ 14.59 ଲକ୍ଷ କୋଟି ଟଙ୍କା ରହିବ । ସେହିପରି ଇଣ୍ଡିଆନ ବ୍ୟାଙ୍କ ଆହ୍ଲାବାଦ ବ୍ୟାଙ୍କ ସହ ମିଳିତ ହୋଇ 7ମ ବୃହତ ବ୍ୟାଙ୍କରେ ପରିଣତ ହେବ । 7ମ ବୃହତ ବ୍ୟାଙ୍କର ବ୍ୟବସାୟ ପରିମାଣ 8.08ଲକ୍ଷ କୋଟି ଟଙ୍କା ରହିବ ।
ଇଟିଭି ଭାରତ ବ୍ୟୁରୋ