ETV Bharat / bharat

‘CAAକୁ ବିରୋଧ କରି ଘର ବାହାରେ ଲଗାନ୍ତୁ ତ୍ରିରଙ୍ଗା' - ନାଗରିକତା ସଂଶୋଧନ ଆଇନ୍‌

ଶନିବାର ନାଗରିକତା ସଂଶୋଧନ ଆଇନ୍‌ ଏବଂ ଏନଆରସି ବିରୋଧରେ ହାଇଦ୍ରାବାଦରେ ଆୟୋଜିତ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଉପରେ ବର୍ଷିଛନ୍ତି  ସାଂସଦ ତଥା ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀ । ଜାଣନ୍ତୁ ସେ କ'ଣ କହିଛନ୍ତି..

Owaisi on CAA
ଫାଇଲ ଫଟୋ
author img

By

Published : Dec 22, 2019, 11:41 AM IST

ହାଇଦ୍ରାବାଦ: ଶନିବାର ନାଗରିକତା ସଂଶୋଧନ ଆଇନ୍‌ ଏବଂ ଏନଆରସି ବିରୋଧରେ ହାଇଦ୍ରାବାଦରେ ଆୟୋଜିତ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ସାଂସଦ ତଥା ଏଆଇଏମଏଇଏମ ଅଧ୍ୟକ୍ଷ ଅସଦୁଦ୍ଦୀନ ଓୱେସୀ । ଏହି ଆଇନ୍‌କୁ ସେ 'କଳା ଆଇନ୍‌'ର ଆଖ୍ୟା ଦେଇ ଅସମ୍ବିଧାନିକ ବୋଲି କହିଛନ୍ତି । ଏହା ସହିତ ବିଜେପି ସରକାରଙ୍କୁ କଡା ସନ୍ଦେଶ ଦେବା ପାଇଁ ଏନଆରସି ଏବଂ ସିଏଏର ବିରୋଧରେ ନିଜ ନିଜ ଘର ବାହାରେ ତ୍ରିଲଙ୍ଗା ଲଗାଇବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଓୱେସୀ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ରାଲିକୁ ସମ୍ବୋଧିତ କରି ଓୱେସୀ କହିଛନ୍ତି, ନାଗରିକତା ସଂଶୋଧନ ଆଇନ୍‌ ଏବଂ ଏନଆରସି ବିରୋଧରେ ଆପଣମାନେ ନିଜ ନିଜ ଘର ବାହାରେ ତ୍ରିରଙ୍ଗା ଲଗାନ୍ତୁ । ଏହା ବିରୋଧର ସଙ୍କେତ ହେବ । ଆମ ଘରେ ତ୍ରିରଙ୍ଗା ଲାଗିବା ଆରଏସଏସ ଏବଂ ବିଜେପି ପାଇଁ ଏକ କଡା ସନ୍ଦେଶ ହେବ । ଏହା ମହାତ୍ମା ଗାନ୍ଧୀ, ଆମ୍ବେଦକରଙ୍କ ଚିନ୍ତାଧାରା ଏବଂ ସମ୍ବିଧାନ ବଞ୍ଚାଇ ରଖିବାର ସନ୍ଦେଶ ହେବ ବୋଲି ଓୱେସୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ଆମେ କେବଳ ସିଏଏରୁ ଧର୍ମକୁ ହଟାଇବା ପାଇଁ ଦାବି କରୁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମ ନାମରେ ଦେଶ ଚଳାଇବାକୁ ଚାହୁଁଛନ୍ତି । ଆମେ ସେଭଳି ହେବାକୁ ଦେବୁନାହିଁ । ସିଏଏ ଏବଂ ଏନଆରସି ଉଭୟ ଦେଶ ପାଇଁ କଳା ଆଇନ୍‌। ଏହା କେବଳ ମୁସଲମାନଙ୍କୁ ରକ୍ଷା କରିବାର ଲଢେଇ ନୁହେଁ ଏହା ଦେଶକୁ ରକ୍ଷା କରିବାର ଲଢେଇ ବୋଲି ଓୱେସୀ କହିଛନ୍ତି । ଏହା ସହିତ ସେ ହିଂସାତ୍ମକ କାର୍ଯ୍ୟକଳାପ ବିନା ଆନ୍ଦୋଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.