ETV Bharat / bharat

କ୍ୟାନ୍ସର ରୋକିବ ମାଛିରେ ଥିବା ରୋଗନିରୋଧୀ କାରକ - Phosphatidylserine

ଡିଫେନସିନ୍ ନାମକ ରୋଗନିରୋଧୀ କାରକ ମାଛି ମଧ୍ୟରେ ଥିବା ଟ୍ୟୁମରକୁ ନିରାକରଣ କରିଥାଏ । ରୋଗ ନିରୋଧୀ କାରକ ପେପଟାଇଡ୍(AMPs) ସଂକ୍ରମଣଠାରୁ ରକ୍ଷା କରିଥାଏ । ଏହି କାରକ ମନୁଷ୍ୟ ଶରୀରରେ କ୍ୟାନ୍ସରର ନିରାକରଣ କରିବାରେ ସାହାଯ୍ୟ କରିପାରେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Sep 16, 2019, 2:15 AM IST

ହାଇଦ୍ରାବାଦ: କ୍ୟାନ୍ସର କୋଷକୁ ନଷ୍ଟ କରିବା ପାଇଁ ଅନ୍ୟ ଏକ ନୂଆ ପଦ୍ଧତି ଆବିସ୍କାର କରାଯାଇଛି । ଡିଫେନସିନ୍ ନାମକ ରୋଗନିରୋଧୀ କାରକ ମାଛି ମଧ୍ୟରେ ଥିବା ଟ୍ୟୁମରକୁ ନିରାକରଣ କରିଥାଏ । ପ୍ରାଣୀମାନଙ୍କଠାରେ ଦେଖାଯାଉଥିବା ରୋଗ ନିରୋଧୀ କାରକ ପେପଟାଇଡ୍(AMPs) ସଂକ୍ରମଣଠାରୁ ରକ୍ଷା କରିଥାଏ । ଯଦି ଏହାକୁ ନେଇ ଅଧିକ ଅଧ୍ୟୟନ କରାଯାଏ ତେବେ ଆଗକୁ କ୍ୟାନ୍ସର ନିରାକରଣ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଇପାରିବ ।

ପୂର୍ବରୁ ମଧ୍ୟ ଲାବୋରେଟୋରୀରେ କ୍ୟାନ୍ସର କୋଷକୁ ମାରିବା ପାଇଁ AMPs କୋଷର ଆବିସ୍କାର କରାଯାଇଥିଲା । କିନ୍ତୁ ଏହା ସଜୀବ ପ୍ରାଣୀଙ୍କଠାରେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଜଣାପଡିନଥିଲା । ଗବେଷକ ଡ୍ରୋସୋଫିଲା ମେଲାନୋଗାଷ୍ଟର ପ୍ରଜାତିର ମାଛିଙ୍କୁ ରିସର୍ଚ୍ଚ ଅନ୍ତର୍ଭୁକ୍ତ କରି ଏନେଇ ଗବେଷଣା କରିଥିଲେ । ଯେଉଁଥିରେ ଘାତକ ଅଣୁଜୀବଙ୍କୁ ନଷ୍ଟ କରିବା ପାଇଁ AMPs ରୋଗ ନିରୋଧୀ କାରକର ଆବିସ୍କାର କରାଗଲା ।

ଅଧ୍ୟୟନ ମୁତାବକ ଟ୍ୟୁମର କୋଷ ଥିବା ମାଛିଙ୍କ ମଧ୍ୟରେ ଅଧିକ ଡିଫେନସିନ୍ ବା ରୋଗନିରୋଧୀ କାରକ ଦେଖାଯାଇଥାଏ । ମାଛିଙ୍କ ମଧ୍ୟରେ ଟ୍ୟୁମର କାରକକୁ ନାଶ କରିବାରେ ଡିଫେନସିନ୍ ସାହାଯ୍ୟ କରିଥାଏ । ଡିଫେନସିନ୍ କମ୍ ହେଲେ ଟ୍ୟୁମର କୋଷର ବୃଦ୍ଧି ହୋଇଥାଏ । କାରଣ ସାଧାରଣ କୋଷକୁ ସୁରକ୍ଷା ଦେଇ ଘାତକ କୋଷର ନାଶ କରିଥାଏ ଏହି କାରକ । ଟ୍ୟୁମର ନେକ୍ରୋସିସ୍ ନାମକ ଏକ ପ୍ରୋଟିନ ଡିଫେନସିନ୍କୁ‌ ସକ୍ରିୟ କରିଥାଏ । ଏହା ଫସଫାଇଡାଇଲସେରିନ୍‌ ନାମକ ଅନ୍ୟ ଏକ ପ୍ରୋଟିନକୁ ପରିଚାଳିତ କରିଥାଏ । ଡିଫେନସିନ୍ ଫସଫାଇଡାଇଲସେରିନ୍‌କୁ ବାନ୍ଧି ରଖିଥାଏ ଓ ଟ୍ୟୁମର କୋଷକୁ ନିସ୍କ୍ରିୟ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.