ETV Bharat / bharat

ଡାକ୍ତରୀ ଟିମକୁ ଫୁଲ ଦେଇ ସ୍ବାଗତ କଲେ ସ୍ଥାନୀୟ ଲୋକେ - ୟୁପି ନ୍ୟୁଜ

ଗତ 4 ଦିନ ତଳେ ଉତ୍ତରପ୍ରଦେଶ ମୋରାଦାବାଦରେ ଲୋକଙ୍କ ଦ୍ବାରା ପଥର ଫିଙ୍ଗାର ଶିକାର ହୋଇଥିବା ଡାକ୍ତରଙ୍କ ସମେତ ଡାକ୍ତରୀ ଟିମକୁ ରବିବାର ସ୍ଥାନୀୟ ବାସିନ୍ଦା ଫୁଲ ଦେଇ ସ୍ବାଗତ କରିଛନ୍ତି ।

ambulance attack
ଡାକ୍ତରୀ ଟିମକୁ ଫୁଲ ଦେଇ ସ୍ବାଗତ କଲେ ସ୍ଥାନୀୟ ଲୋକେ
author img

By

Published : Apr 19, 2020, 12:40 PM IST

ଲକ୍ଷ୍ନୌ: ଡାକ୍ତର ଏବଂ ମେଡିକାଲ ଟିମ୍କୁ ଫୁଲ ଦେଇ ସ୍ବାଗତ କଲେ ଅଞ୍ଚଳବାସୀ । ଗତ 3 ଦିନ ତଳେ ଉତ୍ତରପ୍ରଦେଶ ମୋରାଦାବାଦରେ ଲୋକଙ୍କ ଦ୍ବାରା ପଥର ଫିଙ୍ଗାର ଶିକାର ହୋଇଥିବା ଡାକ୍ତରଙ୍କ ସମେତ ଡାକ୍ତରୀ ଟିମକୁ ରବିବାର ସ୍ଥାନୀୟ ବାସିନ୍ଦା ଫୁଲ ଦେଇ ସ୍ବାଗତ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ଏପ୍ରିଲ 15 ରେ ଉତ୍ତରପ୍ରଦେଶର ମୋରାଦାବାଦରେ ଜଣେ କୋରୋନା ରୋଗୀଙ୍କୁ ନେବାକୁ ମେଡିକାଲ ଟିମ୍ ପହଞ୍ଚିଥିଲା । ଯେଉଁଠାରେ କିଛି ଅସାମାଜିକ ବ୍ୟକ୍ତି ଡାକ୍ତରୀ ଦଳ ଉପରକୁ ପଥର ଫିଙ୍ଗିଥିଲେ । ଯେଉଁଥିରେ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ସମେତ ତିନି ଜଣ ଆହତ ହୋଇଥିଲେ।

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଏହି କାଣ୍ଡ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.