ETV Bharat / bharat

ବିହାର ବନ୍ୟା ସ୍ଥିତି ସଙ୍ଗୀନ, 48 ଘଣ୍ଟାରେ ପ୍ରବଳ ବର୍ଷା ନେଇ IMD ର ଆଲର୍ଟ

author img

By

Published : Jul 29, 2020, 11:18 AM IST

ନେପାଳର ତଳିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ବିହାରରେ ବନ୍ୟା ପରିସ୍ଥିତି ଆହୁରି ବିଗିଡିରେ ଲାଗିଛି । ଏପଟେ ଆଇଏମଡି ଦ୍ବାରା ଆଗାମୀ 48 ଘଣ୍ଟାରେ ବିହାରରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।

imd alert
48 ଘଣ୍ଟାରେ ପ୍ରବଳ ବର୍ଷା ନେଇ ଆଇଏମଡିର ଆଲର୍ଟ

ପାଟନା: ନେପାଳର ତଳିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ବିହାରରେ ବନ୍ୟା ପରିସ୍ଥିତି ଆହୁରି ବିଗିଡିରେ ଲାଗିଛି । 24 ଘଣ୍ଟା ମଧ୍ୟରେ ବନ୍ୟା କାରଣରୁ ପ୍ରାୟ 36 ଜଣ ପ୍ରାଣ ହରାଇଛନ୍ତି। ବିହାରର ଗଣ୍ଡକ, କୋସି ଏବଂ ବାଗମତିର ଜଳସ୍ତର ବିପଦ ସ୍ତର ଦେଇ ଗତିକରୁଛି । ଏପଟେ ଆଗାମୀ 48 ଘଣ୍ଟାରେ ବିହାରରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଇଏମଡି ।

ବିହାର ବନ୍ୟାରେ 12 ଟି ଜିଲ୍ଲାର ପ୍ରାୟ 30 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏବେବି ଦରଭଙ୍ଗାର ପ୍ରାୟ 11 ଲକ୍ଷ ବନ୍ୟାରେ ଫସିକି ରହିଛନ୍ତି । ସେହିପରି ଗୋପାଳଗଞ୍ଜ, ସରାନ, ସମସ୍ତିପୁର, ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍ ଜିଲ୍ଲା ମଧ୍ୟ ବନ୍ୟାରେ ବେଶ ପ୍ରଭାବିତ ହୋଇଛନ୍ତି । ପୂର୍ବ କେନ୍ଦ୍ରୀୟ ରେଳୱେର ଦରଭଙ୍ଗା-ସମସ୍ତିପୁର ବିଭାଗରେ ରାସ୍ତାଘାଟ ଭାଙ୍ଗି ଯିବା ପରେ ବିଭିନ୍ନ ଜିଲ୍ଲାରେ ଯାନବାହନ ଚଳାଚଳ କ୍ରମାଗତ 6 ଦିନ ହେବ ସ୍ଥଗିତ ରହିଛି।

ଏପଟେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଏବଂ ଏସଡିଆରଏଫର 26ଟି ଟିମ ନିୟୋଜିତ ହୋଇଛ୍ତି । ଏବେସୁଦ୍ଧା 260000 ଲୋକଙ୍କୁ ଉଦ୍ଧାର କରାଯାଇଛି । 26 ଟି ରିଲିଫ କ୍ୟାମ୍ପରେ ପ୍ରାୟ 25 ହଜାର ଲୋକ ଆଶ୍ରୟ ନେଉଛନ୍ତି। ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ 803 କମ୍ୟୁନିଟି କିଚେନ ସ୍ଥାପନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.