ETV Bharat / bharat

ଇତିହାସ ରଚିଲେ ପାଇଲଟ ମୋହନା ସିଂ

ଭାରତୀୟ ବାୟୁସେନାର ଫ୍ଲାଇଟ ଲେପ୍ଟନାଣ୍ଟ ମୋହନା ସିଂ ଦିନରେ ହ୍ବାକ୍ ଆଡଭାନ୍ସ ଜେଟ୍ ମିଶନକୁ ଚଲାଇବାରେ ପ୍ରଥମ ଭାରତୀୟ ମହିଳା ଭାବେ ଇତିହାସ ରଚିଛନ୍ତି।

author img

By

Published : May 31, 2019, 9:55 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ପାଇଲଟ ମୋହନା ସିଂ । ଭାରତୀୟ ବାୟୁସେନାର ଫ୍ଲାଇଟ ଲେପ୍ଟନାଣ୍ଟ ମୋହନା ସିଂ ଦିନରେ ହ୍ବାକ୍ ଆଡଭାନ୍ସ ଜେଟ୍ ମିଶନରେ ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା ଭାବେ ରେକର୍ଡ କରିଛନ୍ତି। ତେବେ 2016ରେ ମୋହନାଙ୍କ ସହ ଅନ୍ୟ ଦୁଇ ମହିଳା ଭାବନା କଣ୍ଠ ଏବଂ ଅବନୀ ଚର୍ତୁବେଦୀଙ୍କୁ ପାଇଲଟ ଟ୍ରେନିଙ୍ଗ ପାଇଁ ଚୟନ କରାଯାଇଥିଲା ।

ଏହା ପୂର୍ବରୁ ଫ୍ଲାଇଟ ଲେପ୍ଟନାଣ୍ଟ ଭାବନା କଣ୍ଠ ଯୁଦ୍ଧ ମିଶନରେ ସାମିଲ ହେବା ପାଇଁ ଯୋଗ୍ୟତା ହାସଲ କରିବାର ପ୍ରଥମ ମହିଳା ପାଇଲଟ ହୋଇ ଇତିହାସ ରଚିଥିଲେ। ଭାବନା କଣ୍ଠ ଦିନରେ ମିଗ୍-21କୁ ଚଲାଇ ମିଶନ ପୂରା କରିଥିଲେ । ତେବେ ସେ ଭାରତୀୟ ବାୟୁସେନାର ପ୍ରଥମ ବ୍ୟାଚ୍ ମହିଳା ପାଇଲଟ ଅଟନ୍ତି। ତାଙ୍କ ସହ ଅନ୍ୟ ଦୁଇ ମହିଳା ଅବନୀ ଚର୍ତୁବେଦୀ ଏବଂ ମୋହନା ସିଂଙ୍କୁ ମଧ୍ୟ ଏଥିପାଇଁ ଚୟନ କରାଯାଇଇଥିଲା। ତେବେ ଏକ ବର୍ଷ ପୂର୍ବରୁ ସେ ତାଙ୍କର ଟ୍ରେନିଂ ପୂରା କରିଥିଲେ ।

ସ୍ଲଗ-ଅଜଣା ହାଇୱା ଧକ୍କାରେ ବୃଦ୍ଧା ମୃତ, କ୍ଷତିପୂରଣ ଦାବିରେ ଦୈତାରୀ ବ୍ରାହ୍ମଣୀପାଳ ରାସ୍ତା ଅବରୋଧ

ଆଙ୍କର- କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ବଳିପର୍ବତ ନିକଟରେ ଅଜଣା ହାଇୱା ଧକ୍କାରେ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି । ଖବର ଅନୁଯାୟୀ ମୃତକ ଜଣକ ରେବଣା ପଳାଶପାଳ ଅଞ୍ଚଳର ବାସନ୍ତୀ ଦେହୁରୀ(୫୫) ବୋଲି ଜଣାପଡ଼ିଛି । ବାସନ୍ତୀ ଆଜକୁ ଦୁଇ ମାସ ହେବ ବଳିପର୍ବତ ନୂଆସାହିରେ ନିଜ ଝିଅ ଘରେ ରହୁଥିଲେ । କାଲି ରାତିରେ ବ୍ରାହ୍ମଣୀପାଳ ଦୈତାରୀ ରାସ୍ତାର ଏକ ପାର୍ଶ୍ବରୁ ଅନ୍ୟ ପାର୍ଶ୍ୱକୁ ଯାଉଥିବା ବେଳେ ଏକ ଅଜଣା ହାଇୱା ଗାଡି ଧକ୍କା ଦେଇଥିଲା, ଫଳରେ ବାସନ୍ତୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ଦୈତାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବାକୁ ଉଦ୍ୟମ କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ମୃତ ଦେହକୁ ଛାଡିନଥିଲେ । ଏଥିସହ କ୍ଷତିପୂରଣ ଦାବିରେ ଦୀର୍ଘ ୪ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ପରେ ପୋଲିସ୍, ସ୍ଥାନୀୟ ନେତୃମଣ୍ଡଳୀ ଓ ଓଏମସିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ  ରାସ୍ତା ଅବରୋଧ ଉଠିଥିଲା । ପରେ ଦୈତାରୀ ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ଆନନ୍ଦପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.