ETV Bharat / bharat

21ଦିନ ପରେ ଖୋଲିଲା ଟିକେଟ ବୁକିଂ କାଉଣ୍ଟର

author img

By

Published : Aug 27, 2019, 11:15 PM IST

21ଦିନ ପରେ ଖୋଲିଲା ଜମ୍ମୁ କାଶ୍ମୀର ପର୍ଯ୍ୟଟନ ବିଭାଗର ବିମାନ ଟିକେଟ ବୁକିଂ କାଉଣ୍ଟର । ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ବିମାନ ବନ୍ଦର ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି କାଉଣ୍ଟର ଖୋଲାଯାଇଛି ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ କହିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଶ୍ରୀନଗର: 21 ଦିନ ପରେ ଖୋଲିଲା ଶ୍ରୀନଗର ବିମାନ ବନ୍ଦର ଟିକେଟ ବୁକିଂ କାଉଣ୍ଟର । ଧାରା 370 ଉଚ୍ଛେଦ ସମୟରୁ ହିଁ ସେଠାରେ ଟିକେଟ ବୁକିଂ କାଉଣ୍ଟର ବନ୍ଦ ରହିଥିଲା । 21 ଦିନ ଧରି ବନ୍ଦ ରହିଥିବା ଏହି କାଉଣ୍ଟରକୁ ଆଜି ଜିଲ୍ଲା ପ୍ରଶାସନ ପର୍ଯ୍ୟଟନ ସେଣ୍ଟର ଗୁଡ଼ିକରେ ଖୋଳିଛନ୍ତି । ତେବେ ଏହି କାଉଣ୍ଟର ଗୁଡ଼ିକ ଖୋଲାଯିବା ପରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପାଇବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ତେବେ ଏହି କାଉଣ୍ଟର ଗୁଡ଼ିକ ଜମ୍ମୁ କାଶ୍ମୀର ପର୍ଯ୍ୟଟନ ବିଭାଗ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟୋଗରେ ଖୋଲାଯାଇଥିବା ଜଣାପଡ଼ିଛି । ଏଥିପାଇଁ ପର୍ଯ୍ୟଟନ ବିଭାଗର 15 ପ୍ରତିଶତ ଯୋଗଦାନ ରହିବ । ଏହି କାଉଣ୍ଟର ଖୋଲିବା ପରେ ଜମ୍ମୁ କାଶ୍ମୀରର ମୋଟ ବାସିନ୍ଦାର 50 ରୁ 60 ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହେବେ ବୋଲି ଜଣାପଡ଼ିଛି ।

ଏନେଇ ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିସାର ଅହମ୍ମଦ ଓ୍ବାନୀ କହିଛନ୍ତି, ଘାଟିରେ ବସବାସ କରୁଥିବା ଲୋକ ବିମାନ ଟିକଟ ବୁକ କରିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ । ତେବେ ସେସବୁରେ ସୁଧାର ଆଣିବା ପାଇଁ ପର୍ଯ୍ୟଟନ ବିଭାଗର ଏହି ପ୍ରୟାସ ।

ସେ ଆହୁରି ମଧ୍ୟ କହିଛନ୍ତି ଭାରତୀୟ ବିମାନ ବନ୍ଦର ମନ୍ତ୍ରଣାଳୟ, ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ଭାରତ ସଂଚାର ନିଗମ ଲିମିଟେଡ଼(ବିଏସଏନଏଲ)ର ମିଳିତ ଭାବରେ ଏହି କାଉଣ୍ଟର ଗୁଡ଼ିକ ହେବ । ଏହି କାଉଣ୍ଟର ଗୁଡ଼ିକୁ ବିଏସଏନଏଲ ଇଣ୍ଟରନେଟ ଯୋଗାଇ ଦେବ ବୋଲି ସେ କହିଛନ୍ତି ।

ଏହା ସହିତ ଅନ୍ୟ କିଛି ଟ୍ରାଭେଲ ଏଜେଣ୍ଟ ସହିତ ମଧ୍ୟ ଆଲୋଚନା ଚାଲୁଛି । ସେମାନେ ମଧ୍ୟ କାଉଣ୍ଟର ଖୋଲିବାକୁ ସେମାନଙ୍କ ସହିତ ଆଲୋଚନା ଜାରି ରହିଥିବା ସେ କହିଛନ୍ତି । ଏନେଇ ଜିଲ୍ଲାବାସୀମାନେ ସମର୍ଥନ ଜଣାଉଛନ୍ତି ବୋଲି ସେ କହିଛନ୍ତି ।

ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ବିମାନ ବନ୍ଦର ଟିକେଟ କାଉଣ୍ଟର ସହିତ ରେଳବାଇ ଟିକେଟ ବୁକିଂ ପାଇଁ ସୁବିଧା କରାଗଲେ ମଧ୍ୟ ବେଶ ଲାଭଦାୟକ ହେବ । କାରଣ ବିମାନ ଯାତ୍ରା ଅପେକ୍ଷା ରେଳଯାତ୍ରା ସୁବିଧା ଓ ଶସ୍ତା ହେବ ବୋଲି ସେ କହଥିଲେ ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.