ETV Bharat / bharat

ଅଣ୍ଟା ଭାଙ୍ଗିଦେଲା 11 ପ୍ରଳୟଙ୍କାରୀ ବାତ୍ୟା - 125 ବର୍ଷର ରେକର୍ଡ ଭାଙ୍ଗିଲା 2019 ବାତ୍ୟା

ବିଦାୟ ନେଉଛି 2019 । ଏ ବର୍ଷ ପ୍ରକୃତି ଉପରେ ଦାଉ ସାଜିଥିଲା ଗୋଟିଏ ପରେ ଗୋଟିଏ ପ୍ରଳଙ୍କାରୀ ବାତ୍ୟା । 11 ଟି ପ୍ରମୁଖ ବାତ୍ୟା ଦେଶର କୋଟି କୋଟି ଟଙ୍କା ପାଣିରେ ଭସେଇନେଇଥିଲା । ଦେଖନ୍ତୁ, ଏ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନ...

flashback 2019, 11 cyclone hits india in 2019
ଏ ବର୍ଷ ତାଣ୍ଡବ ରଚିଥିଲା 11 ପ୍ରଳଙ୍କାରୀ ବାତ୍ୟା
author img

By

Published : Dec 28, 2019, 6:10 PM IST

Updated : Dec 28, 2019, 6:34 PM IST

ନୂଆଦିଲ୍ଲୀ: ପ୍ରକୃତିକୁ ଛାରଖାର କରିଦେଇଛି ବର୍ଷ 2019 । ଗୋଟିଏ ପରେ ଗୋଟିଏ ବାତ୍ୟାର ତାଣ୍ଡବ ପରେ ମଚିଥିଲ ତ୍ରାହି ତ୍ରାହି । ଭାରତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବଙ୍ଗାଲ ଖାଡିରୁ ଆରମ୍ଭ କରି ଆଣ୍ଡମାନ ସାଗର ପର୍ଯ୍ୟନ୍ତ 11 ପ୍ରଳଙ୍କାରୀ ବାତ୍ୟା ବ୍ୟାପତ କ୍ଷତି ଘଟାଇଛି । ଯାହାକି 125 ବର୍ଷର ରେକର୍ଡ ଭାଙ୍ଗିଦେଇଛି ।

ଜଳବାୟୁ ବିଭାଗର ରିପୋର୍ଟ ମୁତାବକ, ଡିସେମ୍ବର ପୂର୍ବ ସପ୍ତାହରେ ବାତ୍ୟା ‘ପବନ’ ପ୍ରଳୟ ସହ 2019ରେ ଆସିଥିବା ତୋଫାନ, ଝଡ ସଂଖ୍ୟା 11 ଛୁଇଁଥିଲା । 1893 ମସିହା ପରେ ଏହା ସର୍ବାଧିକ ।

ପ୍ରକାଶ ଯେ, ‘ପବନ’ ଡିସେମ୍ବର 7ରେ ସୋମଲିୟା ତଟରୁ ଅତିକ୍ରମ କରି ଦୁର୍ବଳ ପଡିଯାଇଥିଲା । ସାଇକ୍ଲୋନ ଡିଷ୍ଟ୍ରବାନ୍ସର ସକ୍ରିୟତାକୁ ଦର୍ଶାଉଥିବା ବିଭାଗର ରିପୋର୍ଟ ଅନୁସାରେ, ଏ ବର୍ଷ ଭାରତକୁ ଗ୍ରାସ କରିଥିବା 11 ବାତ୍ୟା ଆରବ ସାଗରରୁ 5 ଓ ବଙ୍ଗୋପ ସାଗରରୁ 3ଟି ସୃଷ୍ଟି ହୋଇଥିଲା । ଏଥିମଧ୍ୟୁରୁ 6 ବାତ୍ୟାରେ ପବନର ତୀବ୍ରତା ଗମ୍ଭୀର ଶ୍ରେଣୀରେ ରହିଥିଲା । ଗୋଟିଏ ପରେ ଗୋଟିଏ ଏପରି ଲଗାତାର 11 ବାତ୍ୟା ପାଣିପାଗ ବିଭାଗକୁ ଚିନ୍ତାରେ ପକାଇଦେଇଥିଲା ।

ଜଳବାୟୁ ବିଭାଗର ବୈଜ୍ଞାନିକ କୁଳଦ୍ବୀପ ଶ୍ରୀବାସ୍ତବଙ୍କ ଅନୁସାରେ ବାତ୍ୟାର ତୀବ୍ରତା ବୃଦ୍ଧି ଭାରତୀୟ ଉପମହାଦ୍ବୀପରେ ଜଳବାୟୁକୁ ପ୍ରଭାବିତ କରିବା ପାଇଁ ସ୍ପଷ୍ଟ ସଙ୍କେତ । ଏହାର ଜଳବାୟୁ ପରିବର୍ତ୍ତନ ସହ ସମ୍ଭନ୍ଧିତ ପ୍ରଶ୍ନରେ ସେ କହିହିଛନ୍ତି ଯେ, ଏହାର ବିଭିନ୍ନ ପର୍ଯ୍ୟାୟ ଉପରେ ବିସ୍ତୁତ ଅଧ୍ୟୟନ ପରେ ଦୂରଗାମୀ ପରିମାଣ ଓ ପ୍ରଭାବ ବିଷୟରେ କିଛି କୁହାଯାଇପାରିବ ।

ସେ କହିଛନ୍ତି ଯେ, ସାମୁଦ୍ରରୁ ସୃଷ୍ଟ ବାତ୍ୟାର ଆରମ୍ଭ ପ୍ରଭାବ ଅସମୟ ବର୍ଷା ରୂପରେ ଦେଖାଦେଇଛି । ଯାହାର ସିଧା ପ୍ରଭାବ ଫସଲ ଉପରେ ପଡିଛି । ସାମୁଦ୍ରିକ ସ୍ଥଳ ଆଡକୁ ବଢି ବାତ୍ୟା ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗକୁ ଦୁର୍ବଳ କରି ବର୍ଷା କରିଥିଲା ।

ରିପୋର୍ଟ ଅନୁସାରେ, ଏହା ପୂର୍ବରୁ ହିନ୍ଦୁ ମହାସାଗରରେ ସର୍ବାଧିକ 10 ବାତ୍ୟା 1893 ବ୍ୟତିତ 1926, 1930 ଓ 1976ରେ ଆସିଥିଲା । ସେପଟେ ଆରବ ସାଗରରେ 1902ରେ ଆସିଥିବା 5 ବାତ୍ୟା ମଧ୍ୟରୁ 4 ଟିର ତୀବ୍ରତା ଅତ୍ୟନ୍ତ ଗମ୍ଭୀର ଥିଲା । ଏହାକୁ ଦେଖିବାକୁ ଗଲେ ଆରବ ସାଗରରେ ଏ ବର୍ଷ 7 ସାଇକ୍ଲୋନ ଡିଷ୍ଟ୍ରବାନ୍ସ ର ପେଣ୍ଠସ୍ଥଳୀ ସହ ତୁଳନାତ୍ମକ ରୂପରେ ଅଧିକ ସକ୍ରିୟ ରହିଥିଲା । ଏଥିରୁ 5ଟି ଗମ୍ଭୀର ରୂପ ଧାରଣ କରି ଶକ୍ତିଶାଳୀ ହୋଇଥିଲେ ।

ସେପଟେ ବଙ୍ଗୋପସାଗରରୁ ଏ ବର୍ଷ 3 ବାତ୍ୟା (ପାବୁକ, ଫନି ଓ ବୁଲବୁଲ) ସୃଷ୍ଟି ହୋଇଥିଲା । ଏପରି ଭାବେ ଭାରତ ମହାସାଗରରେ ଏ ବର୍ଷ ଉଠିଥିବା ଅନ୍ୟ ବାତ୍ୟା ‘ବାୟୁ’ ଜୁନ ରେ, ‘ହିକ୍କା’ ସେପ୍ଟେମ୍ବରରେ ଆସିଥିବା ବେଳେ ନଭେମ୍ବରରେ ଆରବ ସାଗରରେ ‘ମହା’ ଓ ବଙ୍ଗୋପସାଗରରୁ ବୁଲବୁଲ ଏକ ସାଙ୍ଗରେ ନିଜର ପ୍ରଭାବ ଦେଖାଇଥିଲେ । ଏଥିମଧ୍ୟରୁ ‘ମହା’ର ତୀବ୍ରତା ଅତ୍ୟନ୍ତ ଗମ୍ଭୀର ଶ୍ରେଣୀଭୁକ୍ତ ହୋଇଥିଲା । ଯେତେବେଳେ କି ଅକ୍ଟୋବରରେ ଗ୍ରାସ କରିଥିବା ‘କ୍ୟାର’ ସୁପର ସାଇକ୍ଲୋନ ଷ୍ଟ୍ରମ ଭାବେ ଧ୍ବଂସଲୀଳା ରଚିଥିଲା ।

Intro:Body:

BLA

Conclusion:
Last Updated : Dec 28, 2019, 6:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.