ETV Bharat / bharat

କୂଅରୁ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ 5 ଜଣଙ୍କ ମୃତ୍ୟୁ - gonda poisonous gas tragedy

ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାସ୍ଥିତ ମହାରାଜଗଞ୍ଜ ଅଞ୍ଚଳରେ ଅଭାବନୀୟ ଘଟଣା । କୂଅ ସଫା କରିବାକୁ 5ଜଣ ବ୍ୟକ୍ତି ତଳକୁ ଓହ୍ଲାଇଥିବାବେଳେ ସେଠାରେ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ସମସ୍ତଙ୍କର ମୃତ୍ୟୁ ଘଟିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୂଅର ବିଷାକ୍ତ ଗ୍ୟାସ ନେଲା 5 ଜୀବନ
କୂଅର ବିଷାକ୍ତ ଗ୍ୟାସ ନେଲା 5 ଜୀବନ
author img

By

Published : Sep 8, 2020, 4:43 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଅଘଟଣ । ବିଷାକ୍ତ ଗ୍ୟାସ ଯୋଗୁଁ 5 ଜଣଙ୍କର ମୃତ୍ୟୁ । ସୂଚନା ଅନୁସାରେ ଗୋଣ୍ଡା ଜିଲ୍ଲାସ୍ଥିତ ମହାରାଜଗଞ୍ଜ ଅଞ୍ଚଳରେ ଏକ କୂଅ ସଫା କରିବାକୁ 5 ବ୍ୟକ୍ତି କୂଅ ଭିତରକୁ ଓହ୍ଲାଇଥିଲେ । କିନ୍ତୁ ସେଠାରେ ନିର୍ଗତ ବିଷାକ୍ତ ଗ୍ୟାସ ଯୋଗୁଁ ଶ୍ବାସରୁଦ୍ଧ ହୋଇ ସମସ୍ତେ ପ୍ରାଣ ହରାଇଛନ୍ତି ।

ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ଆସି ସମସ୍ତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ମେଡିକାଲରେ 5 ବ୍ୟକ୍ତିଙ୍କୁ ମୃତ ଘୋଷଣା କଲେ ଡାକ୍ତର । ସେପଟେ ସୂଚନା ପାଇଁ ଡିଏମ ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.