ଲକ୍ଷ୍ନୌ: ପାରିବାରିକ କଳହର କରୁଣ ପରିଣତି । ଲକ୍ଷ୍ନୌ ଫତେପୁର ଜିଲ୍ଲାରେ ଗୋଟିଏ ପରିବାରର 5ଜଣ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସ୍ବାମୀଙ୍କ ସହ ଝଗଡା ହେବା ପରେ ପତ୍ନୀ ତାଙ୍କ 4 ଝିଅଙ୍କ ସହ ମିଶି ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଗତ 3ଦିନ ପୂର୍ବରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଫଳରେ ଘରେ ସ୍ବାମୀ ନଥିବା ବେଳେ ପତ୍ନୀ ତାଙ୍କ 4 ଝିଅଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ତେବେ ଝଗଡା ପରେ ହିଁ ଘର କବାଟ ବନ୍ଦ ଥିବା ହେତୁ ଏହା ବିଷୟରେ କେହି ଜାଣିପାରିନଥିଲେ । ହେଲେ କୌଣସି ମତେ ପଡୋଶୀ ଏହାର ଖବର ପାଇ ପୋଲିସକୁ ଏ ବାବଦରେ ସୂଚନା ଦେଇଛନ୍ତି ।