ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଅଭାବନୀୟ ଘଟଣା । ଏକ ଘରୁ ଉଦ୍ଧାର ହେଲା ଗୋଟିଏ ପରିବାରର 5 ମୃତ ଦେହ । ଶନିବାର ଏକ ଘରୁ ଗୋଟିଏ ପରିବାରର 5 ଜଣଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଓ ମହିଳାଙ୍କ ସମେତ ଜଣେ ବରିଷ୍ଠ ଥିବା କହିଛି ପୋଲିସ ।
ସୂଚନା ପାଇ ଘରୁ ସମସ୍ତ ମୃତଦେହ ଉଦ୍ଧାର କରିବା ସହ ଘଟଣାର ପ୍ରକୃତ ରହସ୍ୟ ଖୋଜିବା ପାଇଁ ଛାନବିନ କରୁଥିବା କହିଛନ୍ତି ଏସଏସପି ସୁନୀଲ କୁମାର ସିଂ । ସ୍ଥାନୀୟ ଅଞ୍ଚଳରେ ଗୋଟିଏ ଘରେ ଜଣେ ମହିଳାଙ୍କ ମୃତଦେହ ଥିବା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାରର ସମସ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା । ଘଟଣାର ତଦନ୍ତ ଜାରିଥିବା କହିଛି ପୋଲିସ ।
ବ୍ୟୁରୋ ଇଟିଭି ଭାରତ