ETV Bharat / bharat

ମଧ୍ୟପ୍ରଦେଶରେ ଗୋଟିଏ ପରିବାରର 5 ଜଣଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଜାରି - Tikamgarh district

ମଧ୍ୟପ୍ରଦେଶର ଟିକମଗଡ ଜିଲ୍ଲାର ଏକ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାପରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ତେବେ ଘଟଣାର ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ବୋଲି ପୋଲିସ ଅଧୀକ୍ଷକ ପ୍ରଶାନ୍ତ ଖରେ କହିଛନ୍ତି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶରେ ଗୋଟିଏ ପରିବାରର 5ଜଣଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଜାରି

author img

By

Published : Aug 23, 2020, 3:03 PM IST

ଭୋପାଳ: ମଧ୍ୟପ୍ରଦେଶର ଟିକମଗଡ ଜିଲ୍ଲାର ଏକ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାପରେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ଖରଗାପୁର ପୋଲିସ ଷ୍ଟେସନ ପରିସରରେ ରହୁଥିବା ମନୋହର ସୋନି ଏବଂ ତାଙ୍କ ପତ୍ନୀଙ୍କ ସମେତ ପାଞ୍ଚଜଣ ସଦସ୍ୟଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହି ଘଟଣା ଖାରଗାପୁର ଅଞ୍ଚଳର ୱାର୍ଡ 8 ରେ ଘଟିଛି।

ତେବେ 62 ବର୍ଷିୟ ଧର୍ମଦାସ ସୋନି, ତାଙ୍କର 55 ବର୍ଷିୟା ପତ୍ନୀ ପୁନା ସୋନି, 27 ବର୍ଷର ପୁଅ ମନୋହର ସୋନି, 25 ବର୍ଷର ବୋହୁ ସୋନମ ସୋନି ଏବଂ ଚାରି ବର୍ଷର ନାତୁଣୀ ସନିଧ୍ୟା ସୋନିଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେପଟେ ପରିବାରର ମୁଖ୍ୟ ଅବସରପ୍ରାପ୍ତ ଧର୍ମଦାସ ସୋନି ପ୍ରାଣୀ ଚିକିତ୍ସକ ବୋଲି ଜଣା ପଡିଛି । ତେବେ ସମସ୍ତ ଶରୀରର ପାଦ ଚଟାଣକୁ ସ୍ପର୍ଶ କରୁଥିବାରୁ ମୃତ୍ୟୁର କାରଣକୁ ନେଇ ସନ୍ଦେହ ବଢିବାରେ ଲାଗିଛି।

ଏହି 5ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି କି ଆତ୍ମହତ୍ୟାସ ତାହା ଏଯାବତ୍ ସ୍ପଷ୍ଟ ହୋଇ ନାହିଁ ବୋଲି ପୋଲିସ ଅଧୀକ୍ଷକ ପ୍ରଶାନ୍ତ ଖରେ କହିଛନ୍ତି। ତେବେ ଘଟଣାର ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.