ETV Bharat / bharat

ଛାତ୍ର ପରିଚୟ ଦେଇ ରାଞ୍ଚିରେ ରହୁଥିଲେ 5 ନକ୍ସଲ, ଟେକିନେଲା ପୋଲିସ

author img

By

Published : Oct 9, 2020, 4:31 PM IST

ପଣ୍ତ ହେଲା ନକ୍ସଲଙ୍କ ଚାଲ । ଛାତ୍ର କହି ଭଡାରେ ରହୁଥିବା ପାଞ୍ଚଜଣ ନକ୍ସଲଙ୍କୁ ଗିରଫ କରିଛି ରାଞ୍ଚି ପୋଲିସ ।

five naxals of PLFI held in Ranchi
ଛାତ୍ର କହି ରହୁଥିବା 5 ନକ୍ସଲ ଗିରଫ

ରାଞ୍ଚି: ଝାଡଖଣ୍ଡ ରାଞ୍ଚିରେ ବିଭିନ୍ନ ସ୍ଥାନରେ ଚଢାଉ କରି ପିପୁଲସ ଲିବରେସନ ଫଣ୍ଟ ଅଫ ଇଣ୍ଡିଆର ପାଞ୍ଚ ଜଣ ନକ୍ସଲଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଯୋଜନାକୁ ମଧ୍ୟ ପଣ୍ଡ କରିଛି ରାଞ୍ଚି ପୋଲିସ ।

ସୂଚନାଅନୁସାରେ ଗିରଫ ହୋଇଥିବା ପାଞ୍ଚ ନକ୍ସଲ ନିଜକୁ ଛାତ୍ରର ପରିଚୟ ଦେଇ ରାଞ୍ଚିର ବିଭିନ୍ନ ଅଞ୍ଚଳରେ ରହୁଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ପାଖରୁ ଦୁଇଟି ଲୋଡିଂ ଦେଶୀ ବନ୍ଧୁକ, 6ଟି ଅଫୁଟା କାର୍ଟ୍ରିଜ ଜବତ ହୋଇଛି ।

ଗିରଫ ପାଞ୍ଚଜଣ ହେଲେ ବିଜୟ ମୁଣ୍ଡା, ବିଶାଲ ଶର୍ମା, ଆକାଶ ସିଂହ, ସୁଶୀଲ ବର୍ମା ଓ ବିଶାଲ କୁମାର ସ୍ବାନସି । ସେମାନେ ରହୁଥିବା ଜାଗା ସମ୍ପର୍କରେ ଟିପ୍ ଅଫ୍ ଦଳ ଜଣାଇଥିଲା ବୋଲି କହିଛି ପୋଲିସ ।

ତେବେ ଆଗରୁ ଗିରଫ ନକ୍ସଲଙ୍କ ବିରୋଧରେ ଅନେକ ମାମଲା ରୁଜ୍ଜୁ ଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.