ମୁମ୍ବାଇ: ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ତେବେ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣ ଗୁରୁତର ଆହତଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା ।
ପୋଲିସର ସୂଚନାନୁସାରେ, ଗାଡ଼ିଟି ଦୃତ ଗତିରେ ଯାଉଥିବା ବେଳେ ମୁମ୍ବାଇ- ଅହମ୍ମଦାବାଦ ଜାତୀୟ ରାଜପଥରେ ଏକ ଡିଭାଇଡରରେ ପିଟି ହୋଇଥିଲା । ଏହି ୱାଗନ୍ ଆର କାରଟି ନାଲାସୋପାରା ଠାରୁ ଗୁଜୁରାଟର ନଭସରୀ ଅଭିମୁଖେ ଯାଉଥିଲା । ତାଲାସରୀ ରାଜପଥରେ ପହଞ୍ଚିବା ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଡିଭାଇଡର୍ ସହ ଧକ୍କା ହୋଇ ଏକ ସ୍କୁଟର ଆରୋହୀ ସହ ମଧ୍ୟ ଧକ୍କା ହୋଇଥିଲା ।
ତେବେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ତଦନ୍ତ ଚାଲିଛି ବୋଲି ପୋଲିସର ମୁଖପାତ୍ର କହିଛନ୍ତି।
@ANI