ମୁମ୍ବାଇ: ଛାତ ପଡି 5 ଗୁରୁତର । ମୁମ୍ବାଇର ଅନ୍ଧେରୀରେ ରବିବାର ଏକ ଫ୍ଲାଟରୁ ଛାତ ପଡି 2 ଶିଶୁଙ୍କ ସମେତ 5 ଗୁରୁତର ହୋଇଥିବା ଜଣାପଡିଛି ।
ସୂଚନା ଅନୁୟାୟୀ, ରବିବାର ଦିନ 11 ସମୟରେ ମୁମ୍ବାଇର ଅନ୍ଧେରୀଠାରେ ଥିବା ଏକ ଫ୍ଲାଟରେ ନାଜିୟା ଫିରୋଜ ଶେଖ୍ ଏବଂ ତାଙ୍କର ଦୁଇ ଶିଶୁ ରେହାନ୍ ଏବଂ ଅଜାମ ସପ୍ତମ ମହଲାରେ ବସିଥିଲେ ।
ସେହି ସମୟରେ ହଠାତ୍ ଛାତଟି ଖସିପଡିଥିଲା । ଯେଉଁଥିରେ ସମସ୍ତେ ଗୁରୁତର ଆହତ ହୋଇଥିବାବେଳେ ନାଜିୟାଙ୍କ ଭାଇ ରସିଦ୍ ଏବଂ ଅନ୍ୟ ଜଣେ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ