ETV Bharat / bharat

ଗିରଫ ହେଲେ 5 ନକଲି ମାଓବାଦୀ, ବନ୍ଧୁକ ମୁନରେ ଲୁଟିଥିଲେ ଲକ୍ଷ ଲକ୍ଷ ଟଙ୍କା

author img

By

Published : Dec 1, 2020, 10:09 PM IST

ମାଓବାଦୀଙ୍କ ନାଁ କହି ଲୋକଙ୍କୁ ଧମକ ଦେଇ ବିପୁଳ ମାତ୍ରାରେ ଟଙ୍କା ଠକିଥିବା 5 ନକଲି ମାଓବାଦୀଙ୍କୁ ଗିରଫ କରିଛି ଛତିଶଗଡ ପୋଲିସ । ପଢନ୍ତୁ ଅଧିକ.....

ଗିରଫ ହେଲେ 5 ନକଲି ମାଓବାଦୀ , ବନ୍ଧୁକ ମୁନରେ ଲୁଟିଥିଲେ ଲକ୍ଷ ଲକ୍ଷ ଟଙ୍କା

ରାୟପୁର: ପଙ୍ଖାଜୁର ପୋଲିସକୁ ବଡ ସଫଳତା । ମାଓବାଦୀଙ୍କ ନାଁ କହି ଲୋକଙ୍କୁ ଧମକ ଦେଇ ବିପୁଳ ମାତ୍ରାରେ ଟଙ୍କା ଠକିଥିବା 5 ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା 5 ଜଣଙ୍କ ନାଁରେ ବିଭିନ୍ନ ଅଭିଯୋଗ ହୋଇଆସୁଥିଲା । ସେମାନେ ସ୍ଥାନୀୟ ଜଣେ ମତ୍ସ୍ୟଜୀବୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ଧମକ ଦେବା ସହ 5 ଲକ୍ଷ ନଗଦ ଟଙ୍କା ଓ 2 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗହଣା ଲୁଟି ନେଇଥିବା ପୁର୍ବରୁ ଅଭିଯୋଗ ହୋଇଥିଲା ।

ସେମାନଙ୍କୁ ଗିରଫ କରାଯିବା ପରେ ସେମାନଙ୍କ ପାଖରୁ ଗୋଟିଏ 9 ଏମଏମ ମାଉଜର , ଅଫୁଟା ଗୁଳି, ଲୁଟ ହୋଇଥିବା ସୁନା ଗହଣା ସମେତ ଟଙ୍କା ଓ ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ ସହ ଗୋଟିଏ ଓ୍ବାକିଟକି ସେଟ ଓ 3 ଟି ମୋଟରସାଇକେଲ ମଧ୍ୟ ଜବତ କରିଛି ପୋଲିସ ।

ତେବେ ପ୍ରାଥମିକ ତଦନ୍ତ ଅନୁସାରେ ଏମାନେ ସ୍ଥାନୀୟ ଅଞ୍ଚଳରେ ମାଓବାଦୀ ବୋଲି ପରିଚୟ ଦେଇ ଭୟର ବାତାବରଣ ସୃଷ୍ଟି କରିବା ସହ ଲୋକଙ୍କୁ ମାରାଣାସ୍ତ୍ର ଦେଖାଇ ଧମକ ଚମକ ଦେଇ ଚାନ୍ଦା ଆଦାୟ କରିଆସୁଥିବା ପୋଲିସ ପକ୍ଷରୁ କୁହାଯାଉଛି । ଏମାନେ ଏକାଧିକ ଲୁଟ ଘଟଣା ଘଟାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ଲୋକେ ମାଓବାଦୀ ଭୟରେ ମୁହଁ ଖୋଲୁନଥିବା ପୋଲିସ କହିଛି ।

ତେବେ ସମସ୍ତ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଫରଓ୍ବାର୍ଡ କରାଯାଇଖିବା ବେଳେ ସେମାନେ କିପରି ଓ କେଉଁଠୁ ଏସବୁ ମାରଣାସ୍ତ୍ର ପାଇବାରେ ସଫଳ ହେଲେ ସେ ଦିଗକୁ ମଧ୍ୟ ପୋଲିସ ତଦନ୍ତ କରୁଥିବା ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.