ନୂଆଦିଲ୍ଲୀ: ଦିଲ୍ଲୀରେ ମାଙ୍କଡଙ୍କ ଆତଙ୍କକୁ ନିୟନ୍ତ୍ରଣ କରିବା ପାଇଁ ମାର୍ଚ୍ଚରେ ପରିବେଶ ମନ୍ତ୍ରଣାଳୟ ଦ୍ୱାରା 5 କୋଟିରୁ ଅଧିକ ଟଙ୍କା ଅନୁମୋଦନ କରାଯାଇଥିଲା, କିନ୍ତୁ କୋରୋନା ଲକଡାଉନ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇନଥିଲା। ଦିଲ୍ଲୀ ବନ ବିଭାଗ ଏବେ ମନ୍ତ୍ରଣାଳୟକୁ କହିଛି ଯେ, ଚଳିତ ଆର୍ଥିକ ବର୍ଷ ପାଇଁ ମଞ୍ଜୁରୀପ୍ରାପ୍ତ ରାଶିକୁ ପୁନଃ ନିର୍ଦ୍ଧାରଣ କରନ୍ତୁ, ଯଦ୍ବାରା ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII) ଏହି ପ୍ରକଳ୍ପ ଆରମ୍ଭ କରିପାରିବ ।
ଦିଲ୍ଲୀରେ ମାଙ୍କଡ ବିପଦ ବଢୁଥିବା ପ୍ରସଙ୍ଗରେ ଜୁନ 24 ରେ ବନ ମହାନୀରକ୍ଷକ ଦ୍ବାରା ଏକ ବୈଠକରେ ଆୟୋଜିତ କରାଯାଇଥିଲା । 2018 ରେ ସହରରେ ମାଙ୍କଡ କାମୁଡ଼ିବାର ପ୍ରାୟ 950ଟି ମାମଲା ପଞ୍ଜିକୃତ ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଏପରିକି ନୂଆଦିଲ୍ଲୀ ପୌର ପରିଷଦ ଅଞ୍ଚଳରେ ରହୁଥିବା ସାଂସଦ ତଥା ଅମଲାତନ୍ତ୍ର ମଧ୍ୟ ସମସ୍ୟାର ସମ୍ମୁଖୀନ ହେଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ମାଙ୍କଡମାନଙ୍କୁ ଧରାଯାଇ ଆସୋଲା ଭାଟ୍ଟୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଛଡ଼ାଯାଉଛି, କିନ୍ତୁ ଏହା ସମସ୍ୟାର ସମାଧାନ ନୁହେଁ । ଏଥିପାଇଁ ବୈଜ୍ଞାନିକ ପଦ୍ଧତି ଆବଶ୍ୟକ ବୋଲି ଅଧିକାରୀମାନେ କହିଛନ୍ତି ।